Odisha Link
Bridging the Missing Links in Odisha

ଅଗଷ୍ଟ ୧୪ରୁ ୧୬ ଭିତରେ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ ଅଫଲାଇନ୍ ପରୀକ୍ଷା ପରେ +୨ ନାମଲେଖାକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ। ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିବର୍ଷ ସପ୍ତାହେ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ରୁ ୧୬ ଭିତରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମୀର କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ‘ମାଟ୍ରିକ ପରୀକ୍ଷା ରେଜଲ୍ଟ ୨୦ ସୁଦ୍ଧା ପ୍ରକାଶ ପାଇଁ ଚେଷ୍ଟା ଚାଲିଛି। ଅଫଲାଇନ୍ ପରୀକ୍ଷା ଦେଇଥିବା ପିଲାଙ୍କୁ ବି ଯଥେଷ୍ଟ ସୁଯୋଗ ମିଳିବ। ୫୫ ହଜାରରୁ ଅଧିକ ସିଟ୍ ବୃଦ୍ଧି ପାଇଁ କଲେଜଗୁଡିକ ଆବେଦନ କରିଛନ୍ତି। କଲେଜଗୁଡିକରେ ସିଟ୍ ସମସ୍ୟା ହେବନାହିଁ। ବିଜ୍ଞାନ ପାଇଁ ଲାବୋରେଟୋରୀର ସମସ୍ୟା ହୋଇପାରେ। କେତେ ସିଟ୍ ବଢ଼ିଲା, ତାହାର ତଥ୍ୟ ସାମସ୍ ୱେବସାଇଟରେ ଉପଲବ୍ଧ ହେବ।