Odisha Link
Bridging the Missing Links in Odisha

ପୋଲିସ ବାବୁଙ୍କୁ ଅଡ଼ୁଆ ହେଲା ପେଟ

ଭୁବନେଶ୍ୱର: ଫିଟ୍‌ନେସ୍‌ ନାହିଁ ତ ଚାକିରି ଛାଡ଼। ଫିଟନେସ୍ ନଥିଲେ ବିଦା ହେବେ ପେଟୁଆ ପୋଲିସ। ପୂର୍ବରୁ ଡିଜିପି ରାଜ୍ୟର ସମସ୍ତ ପୋଲିସଙ୍କୁ ଏପରି ତାଗିଦ୍ କରିଥିଲେ। ଡିଜିପିଙ୍କ ଏହି କଡ଼ା ଗୁରୁମନ୍ତ୍ରକୁ ଭୁଲିବା ଆଜି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ମହଙ୍ଗା ପଡିଛି।

ଗତକାଲି ଲୋୟର ପିଏମଜିରେ ଆନ୍ଦୋଳନରତ ଶିକ୍ଷକଙ୍କୁ ଅଟକାଇବାକୁ ଯାଇ ହଟହଟା ହୋଇଛନ୍ତି ରାଜ୍ୟ ପୋଲିସର ଡିଏସପି ପାହ୍ୟାର ଜଣେ ଅଧିକାରୀ। ଅଧିକାରୀ ଜଣକ ବିକ୍ଷୋଭକାରୀଙ୍କୁ ଅଟକାଇବେ କ’ଣ, ଧଇଁସଇଁ ହୋଇ ୫ ରାଉଣ୍ଡ ଗଳିପଡିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ତାଙ୍କ ହାତ ଖୁଆ ଖସିଯାଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଫିଟନେସ୍‌ ନଥିବା ଅଧିକାରୀଙ୍କୁ ନେଇ କମିଶନରେଟ୍‌ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଏଥିସହ ଏହି ଅଫିସରଙ୍କର ବଦଳି ହେବା ସତ୍ତେ୍ୱ ମଧ୍ୟ ସେ ଚୌକି ମାଡି ବସିବାକୁ ନେଇ ଚର୍ଚ୍ଚା ହେଉଛି। ଏହି ଥାନାରେ ପ୍ରତ୍ୟେକ ଦିନ ପ୍ରତିବାଦ, ଧାରଣା ଜାରି ରହିଥିବା ବେଳେ ଜଣେ ଅନଫିଟ ଆଇଆଇସି କିପରି ଦାୟିତ୍ୱ ନିର୍ବାହ କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି

Leave A Reply

Your email address will not be published.