Odisha Link
Bridging the Missing Links in Odisha

ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ ପଜିଟିଭ ଚିହ୍ନଟ

ସମ୍ବଲପୁର: ରାଜ୍ୟରେ କରୋନା ମାମଲା ପୂର୍ବଅପେକ୍ଷା ଧିରେ ଧିରେ କମିବାରେ ଲାଗିଛି। ଅନ୍ୟପଟେ ସମ୍ବଲପୁର ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୀମସାର ସୁପରିଟେଣ୍ଡେଣ୍ଟ ଡାକ୍ତର ଲାଲମୋହନ ନାୟକ ସୂଚନା ଦେଇଛନ୍ତି।

ସମ୍ବଲପୁର ବୁର୍ଲା ଭୀମସାରରେ ୨ ଶିଶୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଥିବା ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ମାସ ଓ ୫ ବର୍ଷ। ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସୁପରିଟେଣ୍ଡେଣ୍ଟ କହିଛନ୍ତି। ତେବେ ଉଭୟଙ୍କୁ କୋଭିଡ୍-IIରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଉଭୟ ଶିଶୁ ଅସୁସ୍ଥ ହେବା ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ। ମାତ୍ର ଆଣ୍ଟିଜେନ୍ ଟେଷ୍ଟରେ ଉଭୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ୧,୧୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୯୩,୫୦୭ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୬୫୭ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୪୭୫ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି।

Leave A Reply

Your email address will not be published.