Odisha Link
Bridging the Missing Links in Odisha

ଏସିଏଫ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ, ସୌମ୍ୟଙ୍କ ଭାଇ କହିଲେ-ବିଦ୍ୟାଭାରତୀ…

ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ମାସେରୁ ଅଧିନ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏସବୁ ମଧ୍ୟରେ ସୌମ୍ୟଙ୍କ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଛି।ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା।

ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଗଠନ ହେୋଇଛି। ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ସୁଦ୍ଧା ଖିଜ ଖୋଜିବାରେ ବିଫଳ ପୁଲିସ। ଏବେ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍‌ପେନ୍ସ।

ଅପରପକ୍ଷେ ସୌମ୍ୟଙ୍କ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ପରେ ବଡ଼ ଭାଇ ରଖିଲେ ଦାବି। ସେ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟା ସମ୍ପର୍ଣ୍ଣ ଦାୟୀ। ଏହି ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ହେପାଜତକୁ ନେଇ ପଚରାଉଚରା କରୁ। କେବଳ ସେତିକି ନୁହେଁ ଡିଏଫଓ ଓ ଓଆଇସି ମମତା ପଣ୍ଡାଙ୍କୁ ସସପେଣ୍ଡ କଲେ ହିଁ ଅସଲ କଥା ସାମ୍ନାକୁ ଆସିବ ବୋଲି ସୌମ୍ୟଙ୍କ ବଡ଼ ଭାଇ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଘଟଣା ସମୟରେ ଘରେ ସ୍ବାମୀ, ସ୍ତ୍ରୀ ଦୁଇ ଜଣ ଥିଲେ ହେଲେ ସ୍ତ୍ରୀ ଜାଣିପାରିଲେ ନାହିଁ କିପରି। ଯିଦ ସେ ୯୫ ପ୍ରତିଶତ ପୋଡ଼ି ହୋଇ ଯାଇଥିଲା ତାଙ୍କ ସ୍ତ୍ରୀ ପାଖରେ ଥାଇ ବି କିଛି ଜାଣି ପାରିଲେ ନାହିଁ କିପରି। ମୋ ଭାଇ ବର୍ଷକ ତଳେ ନିଆଁ ଲିଭାଇବା ପାଇଁ ଏସିଏଫ୍‌ ଟ୍ରେନିଂ ନେଇଥିଲେ। ସେ କ’ଣ ଏତେ ଶୀଘ୍ର ଭୁଲିଗଲା ଓ ନିଜକୁ ବି ବଞ୍ଚାଇବାକୁ ଚେଷ୍ଟା ବି କଲାନି। ରାତି ୯ଟାରେ ଘଟଣା ଘଟିଥିଲା। ହେଲେ ରାତି ସାଢ଼େ ୧୨ଟା ଯାଏଁ ପାରଳାଖେମୁଣ୍ଡିରେ ହିଁ କାହିଁକି ଥିଲେ। ଗୁରୁତର ଥିବା ଜାଣିବି କାହିଁକି ଭାଇଜାଗ ପଠାଇଲେ ନାହିଁ ବୋଲି ସୌମ୍ୟଙ୍କ ଭାଇ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.