Odisha Link
Bridging the Missing Links in Odisha

ରାଜଧାନୀରେ ଡେଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ ୫୭ ଜଣ ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ। ଦିନକୁ ଦିନ ବଢ଼ିଚାଲିଛି ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା। ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ମୋଟ ୫୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଛି।

୧୨୮୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୫୭ଜଣ ସୁସ୍ଥ ହୋଇଛନ୍ତି। ଏବେ ଭୁବନେଶ୍ୱରରେ ଆକ୍ଟିଭ କେସ ରହିଛି ୩୨୬। ଡେଙ୍ଗୁ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ୧୬୬୦୮ଟି ଘରେ ମୋଟ ୭୦ହଜାର ୨୭୮ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି।