Odisha Link
Bridging the Missing Links in Odisha

ଶିଶୁଙ୍କୁ ସଂକ୍ରମଣ ହେବାର ସମ୍ଭାବନା ରହିଛି: ଡିଏମଇଟି

ଭୁବନେଶ୍ବର: ୧୮ ବର୍ଷରୁ କମ୍ ବୟସ୍କଙ୍କୁ ସଂକ୍ରମଣ ସମ୍ଭାବନା ରହିଛି। ପିଆଇବି ବୁଲେଟିନ ଅନୁସାରେ ଦେଶରେ ମାତ୍ର ୧୨% ଶିଶୁ କରୋନା ଆକ୍ରାନ୍ତ ହେଉଛନ୍ତି। ଶିଶୁଙ୍କ ସିଭିଅରିଟି କମ୍ ରହିଛି। ସଂକ୍ରମଣ ଉପରମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣାପଡ଼ିବ। ଏବେ ସେମିତି ଅବସ୍ଥା ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ତେବେ ୧୮ ବର୍ଷରୁ ଅଧିକ ଲୋକ ପ୍ରାୟତଃ ସମସ୍ତେ ଟିକା ନେଇ ସାରିଲେଣି। ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି। ଏଥିଲାଗି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବାକୁ ପଡ଼ିବ। ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜ ରହିବା ଆବଶ୍ୟକ। ଆଗକୁ ୧୮ ବର୍ଷରୁ କମ୍ ବର୍ଷ ବୟସର ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

Leave A Reply

Your email address will not be published.