Odisha Link
Bridging the Missing Links in Odisha

କାବୁଲ ଏୟାରପୋର୍ଟ ବନ୍ଦ, ଦିଲ୍ଲୀକୁ ଆସିବାର ଥିବା ସବୁ ବିମାନ ବାତିଲ

କାବୁଲ: ଆଫଗାନିସ୍ତାନକୁ ଆକ୍ତିଆରକୁ କରିବା ପରେ ଏବେ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରୁଛି ତାଲିବାନ। କାବୁଲ ଏୟାରପୋର୍ଟ ଲଗାତାର ଗୁଳିମାଡ ଫଳରେ ନିଆଁ ଲାଗିଛି। ଏହି ଗୁଳିମାଡ଼ରେ ୩ ମୃତ ଘଟିଛି। ଏୟାରପୋର୍ଟକୁ ଚାରିପଟୁ ସିଲ କରାଯାଇଛି।

ଏଥିସହ କାବୁଲ ଏୟାରପୋର୍ଟ ବନ୍ଦ କରି ଦିଆଯାଇଛି।। ଦିଲ୍ଲୀ ଏବଂ କାବୁଲ ମଧ୍ୟରେ ଚଳାଚଳ କରିବାକୁ ଥିବା ସମସ୍ତ ବିମାନ ମଧ୍ୟ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କାବୁଲ ବିମାନବନ୍ଦର ଅଧିକାରୀ। ଏବେ କୌଣସି ବିମାନ ସେଠାରେ ଅବତରଣ କରିପାରିବ ନାହିଁ।

ଅନ୍ୟପଟେ କାବୁଲର ଏୟାରସ୍ପେସ୍ ବନ୍ଦ ହୋଇଯିବାରୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ ଅଲଗା ଆକାଶ ମାର୍ଗ ଦେଇ ଆସିବାର ସମ୍ଭାବନା ରହିଛି। ବିମାନ ଏଆଇ-୧୨୬(ଚିକାଗୋ-ନୂଆଦିଲ୍ଲୀ) ଏବଂ ଏଆଇ-୧୭୪ (ସାନ ଫ୍ରାନ୍ସିସ୍କୋ-ନୂଆଦିଲ୍ଲୀ) ବିମାନ ଏବେ ଇନ୍ଧନ ଭରିବା ପାଇଁ ଏକ ଗଲ୍ଫ ରାଷ୍ଟ୍ରକୁ ଯିବ ବୋଲି ଜଣାପଡ଼ିଛି।

ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସମସ୍ତ ବିମାନକୁ ଅଲଗା ମାର୍ଗ ଦେଇ ଯିବାକୁ କହିଛି। ଏବେ ଆଗାମୀ ସୂଚନା ପର୍ଯ୍ୟନ୍ତ କୌଣସି ବିମାନ ଆଫଗାନିସ୍ତାନ ଏୟାରସ୍ପେସ ଦେଇ ଯାତ୍ରା କରିବ ନାହିଁ।

Leave A Reply

Your email address will not be published.