Odisha Link
Bridging the Missing Links in Odisha

କରୋନାକୁ ପରାସ୍ତ କରିବା ପାଇଁ କୋଭିଡ ସୁରକ୍ଷିତ ଆଚରଣ ଓ ଟିକାକରଣ ଏକମାତ୍ର ଉପାୟ

ଗଜପତି/ କନ୍ଧମାଳ/ ସୁନ୍ଦରଗଡ: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପ୍ରେସ୍ ସୂଚନା ବ୍ୟୁରୋ (ପିଆଇବି) ବିଭାଗର ସହେଯୋଗରେ ୟୁନିସେଫ୍ ଓଡ଼ିଶା ଦ୍ୱାରା ଗଜପତି/ କନ୍ଧମାଳ/ ସୁନ୍ଦରଗଡ ଜିଲ୍ଲାରେ କୋଭିଡ୍ ଏବଂ ଟୀକାକରଣ ଉପରେ ଏକ ଭର୍ଚୁଆଲ୍ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ୱର, ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର, ଡ. ତାପସ କୁମାର ପାତ୍ର, ରାଜ୍ୟ ପ୍ରତିଷୋଧକ ଅଧିକାରୀ, ଓଡିଶା, ଡ. ନିଳମାଧବ ସତପଥୀ, (ଏଡିପିଏଚ୍‌ଓ) ଏଫ୍‌ଡବ୍ଲ୍ୟୁ, କୋରାପୁଟ୍‌, ମୋନିକା ନେଲ୍‌ସନ୍‌, ୟୁନିସେଫ୍ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ, ରାଧିକା ଶ୍ରୀବାସ୍ତ, ୟୁନିସେଫ୍ ଓଡିଶାର ଯୋଗାଯୋଗ ବିଶେଷଜ୍ଞ ଏବଂ ଡ. ଅନିଲ୍ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଶେଷଜ୍ଞ, ୟୁନିସେଫ୍ ଓଡ଼ିଶା ଆଦି ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କୋଭିଡ୍‌ର ଉପଯୁକ୍ତ ଆଚରଣ ଏବଂ ଅଧିକ ଲୋକଙ୍କୁ ଟୀକାକରଣ ପ୍ରତି ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୟୁନିସେଫ୍ ଓଡ଼ିଶାର ଯୋଗାଯୋଗ ବିଶେଷଜ୍ଞ, ରାଧିକା ଶ୍ରୀବାସ୍ତ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ମୋନିକା ନେଲ୍‌ସନ୍‌, ୟୁନିସେଫ୍ ଓଡ଼ିଶା ମୁଖ୍ୟ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ। “ମହାମାରୀ ସମୟରେ ସୂଚନା ଦେବାରେ ଗଣମାଧ୍ୟମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି, ବିଶେଷ କରି ଆଦିବାସୀ ପ୍ରବଣ ଅପହଞ୍ଚ ଅଞ୍ଚଳମାନଙ୍କରେ ଏବଂ ଆଦିବାସୀ ସମ୍ପ୍ରଦାୟ, ଯେଉଁମାନେ କି ନିୟମିତ ସୂଚନା ପାଇପାରନ୍ତି ନାହିଁ”।

“ସୂଚନା ଏବଂ ଜ୍ଞାନର ଅଭାବ ସହିତ ଭୁଲ୍ ତଥ୍ୟ ଓ ଅନ୍ଧବିଶ୍ୱାସର ପ୍ରସାର ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଟିକାର ଦ୍ୱନ୍ଦ ବଢାଇଥାଏ। ତେଣୁ ଗଣମାଧ୍ୟମ ସୂଚନା ପ୍ରଚାର କରିବାରେ ଯତ୍ନବାନ ହେବା ସହ ସଠିକ୍ ଓ ବୈଜ୍ଞାନିକ ସୂଚନା ଆଦିବାସୀ ସମ୍ପ୍ରଦାୟମାନଙ୍କରେ ପହଞ୍ଚାଇବା ସୁନିଶ୍ଚିତ କରିବା ଉଚିତ୍ ବୋଲି ସେ କହିଥିଲେ।”

ଅଖିଲ୍ କୁମାର ମିଶ୍ର, ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋ ନିର୍ଦ୍ଦେଶକ, ଭୁବନେଶ୍ୱର କହିଥିଲେ ଯେ, “କେବଳ ନିର୍ଦ୍ଧିଷ୍ଟ ଜିଲ୍ଲାର ଆଦିବାସୀ ଅଞ୍ଚଳ ନୁହେଁ, ବରଂ ତଥାକଥିତ ବିକଶିତ ସହରରେ ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳ ଉପରେ ଧ୍ୟାନ ଦିଆଯିବା ଉଚିତ୍।” ରାଜୀନ୍ଦ୍ର ଚୌଧୁରୀ, ପ୍ରେସ୍ ସୂଚନା ବ୍ୟୁରୋ ଏବଂ ଆଂଚଳିକ ଆଉଟ୍‌ରିଚ୍ ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ, ଭୁବନେଶ୍ୱର କହିଥିଲେ ଯେ, “ଭାରତ ଭଳି ବିଭିନ୍ନ ଦେଶରେ ବିଶେଷକରି ଓଡ଼ିଶାରେ ଯୋଗାଯୋଗ ଏବଂ ପରିବହନ ସମସ୍ୟା କାରଣରୁ ମୂଳସ୍ତରରେ ପହଞ୍ଚିବା କଷ୍ଟକର ହୋଇଛି। ତେଣୁ ସେପରି ଅସୁରକ୍ଷିତ ସମ୍ପ୍ରଦାୟମାନଙ୍କ ପାଖରେ ପହଞ୍ଚିବା ପାଇଁ ଯୋଗାଯୋଗ ଏବଂ ପାରସ୍ପରିକ ଯୋଗାଯୋଗାର ଏକ ମିଶ୍ରଣ ନିୟୋଯିତ ହେବା ଆବଶ୍ୟକ।

ୟୁନିସେଫ୍ ସହ ପିଆଇବିର ସହଭାଗୀତାରେ ଅସୁରକ୍ଷିତ ସମ୍ପ୍ରଦାୟ ଅଞ୍ଚଳଗୁଡିକୁ ଚିହ୍ନଟ କରିବା ସହିତ ସଠିକ୍ ସୂଚନା ପହଞ୍ଚାଇବା ଦ୍ୱାରା ବ୍ୟବଧାନକୁ ଦୂର କାରଯାଇପାରିବ।” ଟୀକାକରଣର ମହତ୍ୱ ବିଷୟରେ ସେ ଆହୁରି ମଧ୍ୟ କହିଥିଲେ ଯେ, “ପୃଥିବୀରେ ଅନେକ ଦେଶ ବର୍ତମାନ ମହାମରୀର ତୃତୀୟ ତରଙ୍ଗ ଦେଇ ଗତି କରୁଛି, କିନ୍ତୁ ଏହା ଧ୍ୟାନ ଦେବା ଉଚିତ୍ ଯେ, ଜନସାଧାରଣଙ୍କୁ ବ୍ୟାପକ ଟୀକାକରଣ ଫଳରେ ରୋଗୀ ମୃତ୍ୟୁ ହାର ଏବଂ ଡାକ୍ତରଖାନାରେ ରାଗୀଙ୍କ ସଂଖ୍ୟା କମ୍ ରହିଛି।”

Leave A Reply

Your email address will not be published.