Odisha Link
Bridging the Missing Links in Odisha

ଆଉ ଗଡିବନି ୧୫ ବର୍ଷର ପୁରୁଣା ଗାଡ଼ି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରାସ୍ତାରେ ଗଡିବନି ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି। କେନ୍ଦ୍ରର ନୂଆ ସ୍କ୍ରାପ୍ ପଲିସି ରାଜ୍ୟ କାର୍ଯ୍ୟକାରୀ କରିବ। ଫଳରେ ରାଜ୍ୟରେ ପୁରୁଣା ଗାଡ଼ି ଗଡିବନି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ପରିବହନ ବିଭାଗ ଏନେଇ ପ୍ରକ୍ରିୟା ଆରମ୍ଭ କରି ସାରିଛି। ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। ପୁରୁଣା ଗାଡ଼ି ସବୁ ଚିହ୍ନଟ ହୋଇସାରିଛି।।

ପୂର୍ବରୁ ରାସ୍ତାରେ ପୁରୁଣା କାର୍ ଚଳାଇଲେ ଫାଇନ୍ ଲାଗିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଥିଲେ। ଯଦି ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ରାସ୍ତାରେ ଚଳାଇବେ ତେବେ ୧୦ ହଜାର ଜୋରିମାନା