Odisha Link
Bridging the Missing Links in Odisha

ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଆଜି ୨୪ କ୍ୟାରେଟ୍‌ ସୁନାର ସ୍ପଟ୍‌ ପ୍ରାଇସ୍‌ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା। ସେହିପରି ରୂପା ଦର ୮୭୦ ଟଙ୍କା ହ୍ରାସ ପାଇଛି।

ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୪୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୮,୬୪୦ ଟଙ୍କା ରହିଛି।

Good Returns ର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୦୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୨,୨୦୦ ଟଙ୍କା ରହିଛି। ଗତକାଲି ରୂପା ଦର ପ୍ରତି କିଲୋକୁ ୬୨,୫୦୦ଟଙ୍କା ଥିବାବେଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬,୧୩୦ ଟଙ୍କା ରହିଛି।