Odisha Link
Bridging the Missing Links in Odisha

କଟକ ଏସ୍‌ସିବି ପୂର୍ବ ଭାରତର ଇକମୋ ହବ୍: ମୁଖ୍ୟମନ୍ତ୍ରୀ

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ଟି ଏକମୋ ମେସିନକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ନବୀନ। ଏସ୍‌ସିବିରେ ଗୁରୁତର ରୋଗୀଙ୍କୁ ଇକମୋ ମାଗଣା ଚିକିତ୍ସା ସେବା ଦିଆଯିବ। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏହା ପୂର୍ବ ଭାରତରେ ଏହା ସବୁଠୁ ବଡ଼ ୟୁନିଟ୍ ହେବ ବୋଲି କହିଛନ୍ତି ନବୀନ।

ନବୀନ ଆହୁରି କହିଛନ୍ତି ଯେ, ‘କଟକ ଏସସିବି ପୂର୍ବ ଭାରତର ଇକମୋ ହବ୍। ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ। ଏହି ଚିକିତ୍ସା ବହୁତ ମହଙ୍ଗା ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଯୋଗାଇଦେବେ। ଏଥିରେ ଯାହା ବି ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ବହନ କରିବେ।’

ମିଳିଥିବା ସୂଚନା ମୁତାବିକ, ଏସ୍‌ସିବି କାର୍ଡିଲୋଜି ବିଲ୍‌ଡିଂରେ ତଳ ମହଲା ୩ ଓ ଉପର ମହଲାରେ ୬ଟି ଏକ୍‌ମୋ ମେସିନ୍ ସ୍ଥାପନ କରାଯାଇଥିବା ବେଳେ ସମସ୍ତ ମେସିନ୍ ହୃଦ୍ବବକ୍ଷଶଲ୍ୟ ବିଭା ଅଧୀନରେ ରହିବ। ୯ଟି ମେସିନିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଏକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ । କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ।

Leave A Reply

Your email address will not be published.