Odisha Link
Bridging the Missing Links in Odisha

ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ ପଦକ। ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ସକାଳୁ ଭାରତ ୨ଟି ପଦକ ହାସଲ କରିଛି।

ଆଜି ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା। ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ। ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଅବନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

Leave A Reply

Your email address will not be published.