ଟୋକିଓରେ ଅବନୀଙ୍କୁ ଡବଲ ମେଡାଲ, ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ରୌପ୍ୟ ପଦକ ଜିତିବା ପରେ ଅବନୀ ଲେଖରା ଭାରତକୁ ଦେଲେ ଆଉ ଏକ ପଦକ। ମହିଳା ୫୦ ମିଟର ଏୟାର ପିସ୍ତଲ ରାଇଫଲରେ ଅବନୀ ବ୍ରୋଞ୍ଜ ପଦକ ହାତେଇଛନ୍ତି। ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୫୦ ମିଟର କ୍ଲାସ ଏସଏଚ୧ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେ ୪୪୫.୯ର ସ୍କୋର କରିଛନ୍ତି।
୧୯ ବର୍ଷିୟ ଅବନୀ ଚଳିତ ପାରାଲିମ୍ପିକ୍ସରେ ଦ୍ବିତୀୟ ପଦକ ଜିତିଛନ୍ତି। ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ଅଗଷ୍ଟ ୩୧ ତାରିଖରେ ସୁଟର ଅବନୀ ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେ ୨୪୯.୬ର ସ୍କୋର କରିଥିଲେ। ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଅବନୀ ସ୍ୱର୍ଣ୍ଣ ପଦକ ଜିତିଥିଲେ।
.@AvaniLekhara, you beauty! 😍😍😍#IND's ace shooter claims a second medal in R8 – Women's 50m Rifle 3P SH1, winning #Bronze with a score of 445.9! 🔥
1⃣2⃣ medals for 🇮🇳! #Tokyo2020 #Paralympics #ShootingParaSport pic.twitter.com/sJ51rQpky1
— #Tokyo2020 for India (@Tokyo2020hi) September 3, 2021
ଅବନୀଙ୍କ ପୂର୍ବରୁ ଆଜି ହାଇଜମ୍ପରେ ପ୍ରବୀଣ କୁମାର ଭାରତକୁ ଏକ ମେଡାଲ ଦେଇଛନ୍ତି। ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର। ଏହା ସହ ସେ ନୂଆ ଏସିଆନ୍ ରେକର୍ଡ କରିଛନ୍ତି। ପଦକ ଜିତିବା ପରେ ପ୍ରବୀଣକୁ ବିଭିନ୍ନ ମହଲରେ ଶୁଭେଚ୍ଛା ମିଳିଛି। ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୧ରେ ପହଁଞ୍ଚିଛି। କେବଳ ହାଇଜମ୍ପରୁ ଭାରତକୁ ୪ଟି ପଦକ ମିଳିଛି।