Odisha Link
Bridging the Missing Links in Odisha

ଟୋକିଓରେ ପ୍ରବୀଣଙ୍କ କମାଲ, ହାଇଜମ୍ପରେ ଜିତିଲେ ରୌପ୍ୟ ପଦକ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଶୁକ୍ରବାର ଦିନ ଭାରତକୁ ମିଳିଲା ଆଉ ଏକ ପଦକ। ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ।

ଟି୬୪ ବର୍ଗରେ ୨.୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର। ଏହା ସହ ସେ ନୂଆ ଏସିଆନ୍ ରେକର୍ଡ କରିଛନ୍ତି। ପଦକ ଜିତିବା ପରେ ପ୍ରବୀଣକୁ ବିଭିନ୍ନ ମହଲରେ ଶୁଭେଚ୍ଛା ମିଳିଛି। ଏହି ପଦକ ସହ ଭାରତର ପଦକ ସଂଖ୍ୟା ୧୧ରେ ପହଁଞ୍ଚିଛି। କେବଳ ହାଇଜମ୍ପରୁ ଭାରତକୁ ୪ଟି ପଦକ ମିଳିଛି।

Leave A Reply

Your email address will not be published.