Odisha Link
Bridging the Missing Links in Odisha

କାବୁଲ ଏୟାରପୋର୍ଟ ବାହାରେ ମହିଳାଙ୍କୁ ଜବରଦସ୍ତି ବିବାହ

କାବୁଲ: ଆଫଗାନିସ୍ତାନରେ ଏବେ ତାଲିବାନୀଙ୍କ ରାଜ୍‌ ଚାଲିଛି। ତାଲିବାନିଙ୍କ ଭୟରେ ଆଫଗାନିସ୍ତାନରୁ ନାଗରିକମାନଙ୍କ ପଳାୟନ ଜାରି ରହିଛି । ବିମାନବନ୍ଦର ବାହାରେ ମହିଳା ମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଯାହାଦ୍ୱାରା ସେମାନଙ୍କୁ ଦେଶ ବାହାରକୁ ନିଆଯାଇପାରିବ।

ସୂଚନା ଅନୁଯାୟୀ, ଆଫଗାନିସ୍ତାନ ମହିଳାଙ୍କୁ କିଛି ପରିବାର ତାଲିବାନି କବଳରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ବିବାହ କରିବା ପାଇଁ ପରିବାରର କିଛି ପୁଅଙ୍କୁ ଟଙ୍କା ମଧ୍ୟ ଦିଆଯାଇଛି। ଯାହା ଦ୍ୱାରା ସେମାନେ ଝିଅମାନଙ୍କୁ ବିବାହ କରିବା ପାଇଁ ରାଜି ହେବେ। କିନ୍ତୁ ଅନ୍ୟପଟେ ତାଲିବାନମାନେ ସେହି ମହିଳାଙ୍କ ଯିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଯେଉଁମାନଙ୍କ ପରିବାରରେ ପୁରୁଷ ସଦସ୍ୟ ନାହାନ୍ତି।

ଏହି ପରି ମହିଳାଙ୍କୁ ଏମିତି କିଛି ପୁଅଙ୍କ ସହିତ ବିବାହ କରିବାକୁ ରାଜି କରାଯାଇଛି ଯେଉଁମାନେ କାବୁଲରୁ ବାହାରିବା ପାଇଁ ଯୋଗ୍ୟ। ରିପୋର୍ଟରେ କୁହାଯାଇଛି ଯେ, ଆଫଗାନିସ୍ତାନରୁ ବାହାରିବାର ଏହି ଭଳି କିଛି ପଦକ୍ଷେପ ସଂଯୁକ୍ତ ଆରବ ଏମିରେଟ୍ସରେ ଆମେରିକାର ଅଧିକାରୀଙ୍କୁ ତାଜୁବ୍ କରିବା ସହ ସେମାନେ ଏହାକୁ ବିପଦର ଘଣ୍ଟି ଭାବରେ ସୂଚାଇଛନ୍ତି।

Leave A Reply

Your email address will not be published.