Odisha Link
Bridging the Missing Links in Odisha

ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗରେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ୍

ଭୁବନେଶ୍ବର: ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗରେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ୍। ୱେବ୍‌ ଚ୍ୟାନେଲର ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି ପୁଲିସ୍‌ ଉଠାଇ ନେଇଛି। ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଛି।

ଦୂତୀ ଅଭିଯୋଗ ମୁତାବକ, ତାଙ୍କ ବିରୋଧରେ ସୁଧାଂଶୁଙ୍କ ୱେବ୍ ଚ୍ୟାନେଲ୍ ସଦାବେଳେ ଅପମାନଜନକ ଖବର ପ୍ରସାରଣ କରୁଛି। ଦୂତୀ ଅଭିଯୋଗ ଆହୁରି କରିଛନ୍ତି ଯେ, ଯେଉଁ ପରିଶ୍ରମ କରି ସେ ମାନ-ସମ୍ମାନ ଅର୍ଜନ କରିଛନ୍ତି, ତାକୁ କେତେକ କୁଚକ୍ରି ଗୋଷ୍ଠୀ ନଷ୍ଟ କରିଦେବାକୁ ଚେଷ୍ଟା କରୁଛନ୍ତି। ସୁଧାଂଶୁ ଶେଖର ରାଉତ ପ୍ରତି ମୁହୂର୍ତ୍ତରେ ତାଙ୍କ ପରିବାର ଲୋକଙ୍କ ଉପରେ ଚାପ ପକାଇ ତାଙ୍କ ବିରୋଧରେ ବିବାଦୀୟ ଖବର ପରିବେଷଣ କରୁଛନ୍ତି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସୁଧାଂଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଛି।

Leave A Reply

Your email address will not be published.