Odisha Link
Bridging the Missing Links in Odisha

ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ରହସ୍ୟ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁ ୪୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇ କୁପର ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଚାନକ୍‌ ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ କେହିବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ମୃତ୍ୟୁ ପଛରେ କିଛି ରହସ୍ୟ ଥିବା ନେଇ ଫ୍ୟାନ୍ସମାନେ ଆଶଙ୍କା କରୁଥିବା ବେଳେ ଏସବୁରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

କୁପର ହସ୍ପିଟାଲରେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ହୋଇଥିଲା। ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ସିଦ୍ଧାର୍ଥଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ କି ଆଘାତ ଚିହ୍ନ ମିଳି ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ କରାଯାଇଥିଲା। ହସ୍ପିଟାଲ୍‌ର ଡାକ୍ତରଙ୍କ କହିବା ଅନୁସାରେ, ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ କୌଣସି ପ୍ରକାର ଷଡ଼ଯନ୍ତ୍ର ରଚାଯାଇ ନାହିଁ। ତାଙ୍କର ଭିସେରା ରିପୋର୍ଟକୁ ସଂରକ୍ଷିତ ରଖାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସିଦ୍ଧାର୍ଥଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ କି ଆଘାତ ଚିହ୍ନ ମିଳି ନାହିଁ।

ହସ୍ପିଟାଲ୍‌ରେ ପୋଲିସ୍‌ ଉପସ୍ଥିତିରେ ସିଦ୍ଧାର୍ଥଙ୍କ ମର ଶରୀରର ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ପରେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ନିଆଯାଇଥିଲା। ଗତକାଲି ୩ଟା ୪୫ରେ ପୋଷ୍ଟମର୍ଟମ ଆରମ୍ଭ ହୋଇଥିଲା ଓ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଥିଲା। ଆଜି ୧୧ ଟା ରେ ସିଦ୍ଧାର୍ଥଙ୍କ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କଲା ପରେ ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ହେବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧ ରାତି ୩ଟା ୩୦ରେ ସିଦ୍ଧାର୍ଥ ଶୁକ୍ଳା ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏନେଇ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ ଏବଂ ପରେ ପାଣି ପିଇ ଶୋଇ ପଡିଥିଲେ। ହେଲେ ସକାଳୁ ଆଉ ଉଠି ନଥିଲେ। ସିଦ୍ଧାର୍ଥଙ୍କ ଟ୍ରିଟମେଣ୍ଟ ପାଇଁ ତାଙ୍କ ଘରକୁ ଡାକ୍ତର ଯାଇଥିଲେ। ସିଦ୍ଧାର୍ଥଙ୍କୁ ତୁରନ୍ତ ହସ୍ପିଟାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସକାଳ ୧୦ଟା ୩୦ରେ ତାଙ୍କ ଭଉଣୀ ଓ ଭିଣୋଇ ହସ୍ପିଟାଲ୍‌ ନେଇଥିଲେ। ହେଲ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.