Odisha Link
Bridging the Missing Links in Odisha

କକ୍ଷ ତ୍ୟାଗ କଲେ ବିଜେପି ବିଧାୟକ, ଗାନ୍ଧି ମୂର୍ତ୍ତି ତଳେ ଦେଲେ ଧାରଣା

ଭୁବନେଶ୍ବର: ଆଜିବି ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ହଙ୍ଗାମା ପରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ।

ବିଧାନସଭାରେ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ୧୦ ମିନିଟ ପାଇଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି। ଏହାସହ ଗୃହ ସ୍ୱାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ପ୍ରାୟ ୩ଦିନ ପରେ ଆଜି ଗୃହ କାର୍ଯ୍ୟ ସ୍ୱଭାବିକ ହୋଇଥିଲା। ଗୃହ ସ୍ୱଭାବିକ ହେବା ପରେ ପ୍ରଶ୍ନକାଳ ଜାରି ରହିଥିଲା।