Odisha Link
Bridging the Missing Links in Odisha

ଓ୍ବେବ୍‌ ପୋର୍ଟାଲ ସମ୍ପାଦକ ଗିରଫ

ଭୁବନେଶ୍ବର: ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କ ବିରୋଧରେ ଖବର ପ୍ରସାରଣ କରି ଗିରଫ ହେଲେ ଓ୍ବେବ୍‌ ପୋର୍ଟାଲ ସମ୍ପାଦକ। ଭୁବନେଶ୍ୱର ମହିଳା ଥାନାରେ ଗତକାଲି ଠାରୁ ସୁଧାଂଶୁ ରାଉତଙ୍କୁ ଅଟକ ରଖିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଆଜି ସୁଧାଂଶୁଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପଟେ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୁଲିସ।

ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ଯାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଞ୍ଚ ଆଣିବା ପରି କାର୍ଯ୍ୟ କରିବା ଭଳି ଧାରାରେ ପୁଲିସ ମାମଲା ରୁଜୁ କରିଛି।

Leave A Reply

Your email address will not be published.