Odisha Link
Bridging the Missing Links in Odisha

ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପ-ନିର୍ବାଚନ

ଭୁବନେଶ୍ବର: ବାଜିଲା ବିଗୁଲ। ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପ-ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅକ୍ଟୋବର  ୩ ତାରିଖରେ ଭୋଟ ଗଣତି ହେବ।  ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ।

ସୂଚନାଯୋଗ୍ୟ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହାପରେ ମେ ୧୬ ତାରିଖରେ ସେଠାରେ ଉପନିର୍ବାଚନ କରାଯିବା ନିମନ୍ତେ ଘୋଷଣା ହୋଇଥିଲା। ହେଲେ ଏହା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ବିୟୋଗ ହୋଇଥିଲା। ତାଙ୍କ ଦେହାନ୍ତ ଓ ରାଜ୍ୟର କରୋନା ସ୍ଥିତିକୁ ନଜରରେ ରଖି ସ୍ଥଗିତ ରଖାଯାଇଥିଲା।  ଲକ୍‌ଡାଉନ୍‌ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିଲା।