Odisha Link
Bridging the Missing Links in Odisha

କୂଳ ଲଂଘିଲା ସମୁଦ୍ର, ଜନବସତି ଆଡ଼କୁ ମାଡ଼ି ଆସିଲା ଜଳ

ଜଗତସିଂହପୁର: କୂଳ ଲଂଘିଲା ସମୁଦ୍ର। ଜନବସତି ଆଡ଼କୁ ମାଡ଼ି ଆସିଲା ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଶିଆଳି ନିକଟରେ ଆଜି ଜନବସତି ଆଡ଼କୁ ପ୍ରାୟ ୧୦୦ ମିଟର ମାଡ଼ି ଆସିଛି ସମୁଦ୍ର ଜଳ। ଯାହାରିଫଳରେ ସମୁଦ୍ର ନିକଟବର୍ତ୍ତୀ ଫଳରେ ପଦ୍ମପୁର,ଶିଆଳି, ରାମତରା ଓ କଳାବେଦୀ ଆଦି ଗାଁର ଲୋକ ମାନେ ଆତଙ୍କିତ ହୋଇ ପଡିଛନ୍ତି।

ମିଳିଥିବା ସୂଚନା ମୁତାବିକ, ଆଜି ମଧ୍ୟାହ୍ନରେ ସମୁଦ୍ର ମାଡି ଆସିବା ଯୋଗୁଁ ଶିଆଳି ବେଳାଭୂମିରେ ଥିବା ଭିୟୁ ଟାୱାର ବିପଦ ସଙ୍କୁଳ ହୋଇ ପଡିଛି । ଗତ ବର୍ଷ ମଧ୍ୟ କଳା ବେଦୀ ନିକଟରେ ସମୁଦ୍ର ମାଡି ଆସି ଆଡ଼ି ବନ୍ଧ ଭାଙ୍ଗି ଯିବା ଫଳରେ ଜନ ବସତି ଓ ଚାଷ ଜମିରେ ଲୁଣା ପାଣି ମାଡ଼ି ଯାଇ ବ୍ୟାପକ କ୍ଷତି ଘଟିଥିଲା। ତେବେ ଏହାର ବର୍ଷକ ପରେ ମଧ୍ୟ ଏହା ମରାମତି ହୋଇ ନଥିବା ବେଳେ ପୁନର୍ବାର ଆଜି ସମୁଦ୍ର କୁଳ ଲଂଘିବା ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି।

Leave A Reply

Your email address will not be published.