Odisha Link
Bridging the Missing Links in Odisha

ପୌର ନିର୍ବାଚନ ପାଇଁ ବାଟ ଫିଟିଲା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଫିଟିଲା ବାଟ। ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌ ସଂଶୋଧନ ବିଲ୍‌ ୨୦୨୧। ବିଲ୍‌ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ।

ଏହାର ଅର୍ଥାତ୍‌ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ।

ଏହି ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଅଂଶଗୁଡିକ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ। ଯାହାକି ୨୭ ପ୍ରତିଶତରୁ ଅଧିକ ହେବନାହିଁ।

Leave A Reply

Your email address will not be published.