Odisha Link
Bridging the Missing Links in Odisha

ପିପିଲି ପଲିଟିକ୍ସ: ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ। ପିପିଲି ହାତେଇବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି କସରତ। ପିପିଲି ଫାଇଟ୍‌ ପାଇଁ ବିଜେପି ମଙ୍ଗଳବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିବା ବେଳେ ବୁଧବାର ବିଜେଡି ଓ କଂଗ୍ରେସ ଘୋଷଣା କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା। ହାତରେ ଆଉ ୧୩ଟି ଦିନ ଥିବାବେଳେ ଫାଇନାଲ ଫାଇଟ୍‌ ପାଇଁ ସଜବାଜ ହେଉଛନ୍ତି ବିଭିନ୍ନ ରାଜନୈତିକ ଦଳ।

ବିଜେଡି ପକ୍ଷରୁ ଜାରି ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଛନ୍ତି। ସେହିପରି ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି, ପୁରୀ ସାଂସଦ ପିନାକୀ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ କୁମାର ଦାସ ବର୍ମା, ସମୀର ରଞ୍ଜନ ଦାସ, ସୁଶାନ୍ତ କୁମାର ସିଂହ, ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଞ୍ଜନ ଘଡ଼ାଇ, ଉମାକାନ୍ତ ସାମନ୍ତରାୟ, ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ବିଭୂତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧୀର କୁମାର ସାମଲ ଅଛନ୍ତି ।

ସେହିପରି କଂଗ୍ରେସ ମଧ୍ୟ ଏହାର ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏ ଚେଲ୍ଲା କୁମାର, ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଚିରଞ୍ଜିବୀ ବିଶ୍ୱାଳଙ୍କ ନାମ ତାଲିକାରେ ସାମିଲ୍‌ କରିଛି ଦଳ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଥିଲା। ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ତିନିଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁଙ୍କ ସହ ରାଜ୍ୟ ବିଜେପି ସଭାପତି ଓ ରାଜ୍ୟ ବିଜେପି ପ୍ରଭାରୀ ରହିଛନ୍ତି।

Leave A Reply

Your email address will not be published.