Odisha Link
Bridging the Missing Links in Odisha

ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ୨୮ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର: ରାଜ୍ୟରେ କମିଛି ଲଘୁଚାପ ବର୍ଷା। ହେଲେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟାହ୍ନ ସୁଦ୍ଧା ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ୍‌ ହେଉଛି। ମିଳିଥିବା ସୂଚନା ମୁତାବିକ ଏବେ ଆଉ ୮ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି। ବର୍ତ୍ତମାନ ମୋଟ ୨୮ଟି ଗେଟ୍‌ ଜରିଆରେ ଡ୍ୟାମ୍‌ ଜଳ ନିଷ୍କାସନ କରାଯାଇଛି।

ବର୍ତ୍ତମାନ ପ୍ରତି ସେକେଣ୍ଡ୍‌ରେ ୩ ଲକ୍ଷ ୧୯ ହଜାର ୧୩୧ କ୍ୟୁସେକ୍‌ ଜଳ ଡ୍ୟାମ୍‌ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ଅନ୍ୟପଟେ ୪ ଲକ୍ଷ ୭୦ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେବା ନେଇ ସୂଚନା ମିଳିଛି ।

ସୂଚନାଥାଉକି, ସକାଳେ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯାଇଥିଲା। ମଙ୍ଗଳବାର ୬ଟି ଗେଟ୍ ଖୋଲିଥିବା ବେଳେ ବୁଧବାର ୧୨ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ମୋଟ୍ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୬୩୦ ଫୁଟ ଉପରେ ଜଳସ୍ତର ରହିଛି ।

Leave A Reply

Your email address will not be published.