Odisha Link
Bridging the Missing Links in Odisha

ବର୍ଷା ବିତ୍ପାତ: ୧୩୯ ବ୍ଲକର ୪୯୬୪ ଗାଁ ପ୍ରଭାବିତ, ୬ ମୃତ

ଭୁବନେଶ୍ବର: ଲଗାଣ ବର୍ଷାରେ ଏବେ ରାଜ୍ୟର ସ୍ଥିତି ଅଣାୟତ୍ତ। ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଜକୁ ମିଶାଇ ଗତ ୩ଦିନ ଧରି ରାଜ୍ୟରେ ହାରାହାରି ମୋଟ ୧୭୩ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ସରକାରଙ୍କ ରିପୋର୍ଟ ମୁତାବକ ଏବେ ସୁଦ୍ଧା ବନ୍ୟାରେ ୧୩୯ ବ୍ଲକର ୪୯୬୪ ଗାଁ ପ୍ରଭାବିତ ହୋଇଥିବାବେଳେ, ନଷ୍ଟ ହୋଇଛି ମୋଟ ୭୫୪୦ ଘର । ଖାଲି ସେତିକି ନୁହେଁ ବନ୍ୟା ପାଇଁ ମୋଟ ୨୦ ହଜାର ୫୫୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଲଗାଣ ବର୍ଷାରେ ୨୪ଟି ଜିଲ୍ଲାର ୧୩୯ଟି ବ୍ଲକର ୪୯୬୪ଟି ଗାଁ ଓ ୩୩ଟି ପୌରାଂଚଳର  ବର୍ଷା ଯୋଗୁ ଘର କାନ୍ଥ ଭୁଷୁଡ଼ି କେନ୍ଦ୍ରାପଡ଼ାରେ ୩ଜଣ, ଗଞ୍ଜାମ ଓ ସୋନପୁରରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧାରେ ଜଣେ ଲୋକ ଭାସି ଯାଇ ପ୍ରାଣ ହରାଇଛନ୍ତି। ସେହିପରି କଟକର ନିଶ୍ଚିତକୋଇଲି ବ୍ଲକ ଏବଂ ବଲାଙ୍ଗିରର ପୁଇଁତଳା ବ୍ଲକର ଲକ୍ଷ୍ମୀଯୋରରେ ଜଣେ ଲେଖାଁଏ ଲୋକ ଭାସି ନିଖୋଜ ରହିଛନ୍ତି। ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଲଗାଣ ବର୍ଷାରେ ପ୍ରଥମ ଦିନ ୧୧ଟି ଜିଲ୍ଲା, ଗତକାଲି ୨୦ଟି ଓ ଆଜି ମୋଟ ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.