Odisha Link
Bridging the Missing Links in Odisha

ଷ୍ଟେସନରେ ଏକାକୀ ମୋଦି!

ମୁମ୍ବାଇ: ହାତରେ ଟ୍ରଲି ବ୍ୟାଗ। ନା ରହିଛି କଡ଼ା ସିକ୍ୟୁରିଟି। ବାସ୍‌ ଏକ ଟ୍ରଲି ବ୍ୟାଗ ଧରି ଷ୍ଟେସନରେ ଚାଲିଛନ୍ତି ପିଏମ୍‌ ମୋଦି। ମୁମ୍ବାଇର ଦାଦର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି।

ତେବେ ସତ ଘଟଣା ହେଉଛି, ଦାଦର ରେଳ ଷ୍ଟେସନ୍‌ରେ ଯେଉଁ ମୋଦିଙ୍କୁ ଲୋକେ ଦେଖିଥିଲେ ପ୍ରକୃତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହନ୍ତି ବରଂ ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି । କିନ୍ତୁ ହଠାତ୍‌ ଦେଖିଲେ କିଛି ଜାଣିହେବ ନାହିଁ । କିଛି ସମୟ ପାଇଁ ଯେ କେହି ଭାବିବେ ଯେ ସେ ହେଉଛନ୍ତି ମୋଦି। କାରଣ ସେ କେବଳ ମୋଦିଙ୍କ ପରି ଦେଖାଯାଆନ୍ତି ତାହା ନୁହେଁ ବରଂ ତାଙ୍କ ଭଳି ଦାଢି, ଡ୍ରେସ୍‌ ଏବଂ ହାବଭାବ ସବୁ କିଛି ମୋଦିଙ୍କ ଭଳି। ଏଥିପାଇଁ ଅନେକ ସମୟରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୁଏ।

ସୂଚନାଯୋଗ୍ୟ, ଅସଲରେେ ଫଟୋରେ ଥିବା ବ୍ୟକ୍ତିଙ୍କ ନାମ ହେଉଛି ଲାଲାଜି ଦେଓ୍ବାରିୟା। ଯିଏ ଅବିକଳ ପିଏମ୍‌ ମୋଦିଙ୍କ ଭଳି ଦେଖାଯାଆନ୍ତି।

Leave A Reply

Your email address will not be published.