Odisha Link
Bridging the Missing Links in Odisha

ଆଜି ସଂଧ୍ୟାରେ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିବାକୁ ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ଭୁବନେଶ୍ବର: ଆଜି (ଶନିବାର‍) ସଂଧ୍ୟାରେ ଅନୁଷ୍ଠିତ ହେବ ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ସମାରୋହ। ଆଜି ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ ସମ୍ମାନ ସମାରୋହ । ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିବାକୁ ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ଉତ୍ସବ ନିର୍ଦ୍ଦେଶକ ତଥା ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ୨୦୧୯ ମସିହା ଠାରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ସମ୍ମାନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଓ ଉତ୍କର୍ଷତା ଲାଭ କରିଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବା। ଚଳିତ ବର୍ଷ ପ୍ରାୟ ବିଭିନ୍ନ ବିଭାଗରେ ୧୦୦ରୁ ଅଧିକ ଆବେଦନ ଆସିଥିବୋବେଳ ଏମାନଙ୍କ ମଧ୍ୟରୁ ବିଚାରକ ମଣ୍ଡଳୀ ଦ୍ବାରା ଚୟନ କରାଯାଇଥିବା ୧୦ଟି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି।

ଏହି ସମ୍ମାନ ଉତ୍ସବ ଭିନ୍ନ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍ ବର୍ଷ ବ୍ୟାପୀ ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ, ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର, କୋରାପୁଟ ସାହିତ୍ୟ ଉତ୍ସବ, କୋଣାର୍କ କଳା ଓ ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍‌ ଓ ନୟାଗଡ଼ ସାହିତ୍ୟ ଉତ୍ସବ ଭଳି ବିଭିନ୍ନ ଉତ୍ସବ ମାନ ଆୟୋଜିତ କରିଥାଏ।