Odisha Link
Bridging the Missing Links in Odisha

ଡିବିରି ନିଆଁ ନେଲା ଜୀବନ, ଜଳିଗଲେ ଦମ୍ପତି

ଟଣା ସ୍ଥଳରେ ଲବଙ୍ଗଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲାଲମୋହନଙ୍କର ଗୁରୁବାର ରାତିରେ ମୃତ୍ୟୁ ଘଟିଛି

କେନ୍ଦୁଝର: ଖାଇପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବିଛଣାରେ ଲାଗିଗଲା ନିଆଁ। ଯାହାଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ପଞ୍ଚାୟତ ଜଡି ଚାତର ଗ୍ରାମରେ।

ଖବର ଅନୁଯାୟୀ, ଜଡିଚାତର ଗ୍ରାମର ଲାଲମୋହନ ମହାନ୍ତ ( ୭୫) ଓ ତାଙ୍କ ପତ୍ନୀ ଲବଙ୍ଗ ମହାନ୍ତ (୬୫) ବୁଧବାର ଖାଇପିଇ ଘରେ ଶୋଇଥିବା ସମୟରେ ବିଳମ୍ବିତ ରାତିରେ ବିଛଣାରେ ଡିବିରିରୁ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଲବଙ୍ଗଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଲାଲମୋହନଙ୍କର ଗୁରୁବାର ରାତିରେ ମୃତ୍ୟୁ ଘଟିଛି ।

ଖବର ପାଇ ତୁରୁମୁଙ୍ଗା ପୋଲିସ କେନ୍ଦୁଝରରେ ପହଞ୍ଚି ଲାଲମୋହନଙ୍କ ମୃତଦେହକୁ ଜବତ କରି ବ୍ୟବଛେଦ କରାଇଛି । ଏଥିସହିତ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.