Odisha Link
Bridging the Missing Links in Odisha

ମିହିର ଦାସ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁୁବନେଶ୍ବର: ଓଡ଼ିଆ ସିନେ ଜଗତର ଭେଟରାନ୍‌ ଅଭିନେତା ମିହିର ଦାସ ଅସୁସ୍ଥ। ଗୁରୁବାର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମିହିର।

ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା। ବର୍ତ୍ତମାନ ସମୟରେ ହସ୍ପିଟାଲ ଭେଂଟିଲେଟରରେ ଅଛନ୍ତି ମିହିର ଦାସ। ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍।

ଓଡ଼ିଆ ସିନେ ଜଗତରେ ଅନେକ ଚଳଚିତ୍ରରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ। ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ମିହିର ଦାସଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ଅଗଣିତ ଓଡ଼ିଆ।