Odisha Link
Bridging the Missing Links in Odisha

ଓଡ଼ିଶାରେ ‘ଓମିକ୍ରନ୍‌’, ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଚିନ୍ତା ବଢ଼ାଇଲା କରୋନାର ନୂଆ ଭାରିଆଣ୍ଟ। ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଏଣ୍ଟ୍ରି। ଦୁଇ ବିଦେଶ ଫେରନ୍ତା ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଟକ ଓ ଖୋର୍ଦ୍ଧାର ୨ ଜର ପୁରୁଷ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଜଣଙ୍କ ବୟସ ୪୧ ଓ ଆଉ ଜଣଙ୍କ ବୟସ ୪୩ ବର୍ଷ ବୋଲି ସୂଚନା ରହିଛି।

ଦୁଇ ଜଣଙ୍କ ଜିନୋମ୍‌ ସିକ୍ୱେନ୍ସିଂରୁ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଛି। ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଫେରିଥିବା ସୂଚନା ମିଳିଛି। ଏନେଇ ଆଇଏଲ୍‌ସ ପକ୍ଷରୁ ସୂଚନା ମିଳିଛି। ଦୁଇ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଥିବା ଜଣାପଡିଛି।

ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ। ତିନି ଜଣଙ୍କ ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା। ଏହି ତିନିଜଣଙ୍କ ଭିତରୁ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସବୁଠୁ ବଡ଼ କଥା ଏହା ଯେ, ସମସ୍ତ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେହି ବି ଗୁରୁତର ହୋଇନାହାନ୍ତି। ସମସ୍ତଙ୍କ ଶରୀରରେ କେବଳ ସ୍ୱଳ୍ପ ମାତ୍ରାରେ ଲକ୍ଷଣ ଦେଖା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୭୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୧, କର୍ଣ୍ଣାଟକାରେ ୮, ଉତ୍ତର ପ୍ରଦେଶରେ ୨, ତାମିଲନାଡୁ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ୬୦ ହଜାରରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହା ମଧ୍ୟରେ କେବଳ ବ୍ରିଟେନରୁ ୫୦% ଅଧିକ ଲୋକ ରହିଛନ୍ତି।

Leave A Reply

Your email address will not be published.