Odisha Link
Bridging the Missing Links in Odisha

ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ

ଭୁବନେଶ୍ବର: ଜେଲ୍‌ରୁ ମୁକୁଳିଲେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଦାଦାବଟି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ସୋମବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି।

ସୂଚନାଯୋଗ୍ୟ, ରାଜା ଆଚାର୍ଯ୍ୟ ୨୦୨୦ ଅକ୍ଟୋବର ମାସରେ ଗିରଫ ହେବା ପରେ ପୁଲିସ୍‌ ତାଙ୍କ ବିରୋଧରେ ଏନ୍‌ଏସ୍‌ଏ ଓ ୧୧୦ ଲଗାଇଥିଲା। ଗତ ୧୮ ତାରିଖରେ ଏନ୍‌ଏସ୍‌ଏ ସରିଥିଲା। ସୋମବାର ଅପରାହ୍ନରେ କୋର୍ଟରୁ ୧୧୦ରେ ଜାମିନ୍‌ ମିଳିବା ପରେ ସନ୍ଧ୍ୟାରେ ସେ ଜେଲ୍‌ରୁ ବହାରିଥିଲେ।

ଦାଦାବଟି ମାଗିବା ଅଭିଯୋଗରେ ରାଜା ସହ ତାର ୨ ସହଯୋଗୀ ଶିରିପୁରରର ନୃସିଂହ ବେହେରା ଓ ବିଜେବି ନଗର ବିନୟ ଦାସଙ୍କୁ ଗିରଫ କରିଥିଲା କ୍ୟାପିଟାଲ୍‌ ଥାନା ପୁଲିସ୍‌। ସେବେ ଠାରୁ ସେ ଜେଲ୍‌ରେ ଥିଲା।

Leave A Reply

Your email address will not be published.