Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଆଇନ ବିଭାଗରେ ଜାତୀୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଜୁମ୍‌ ଆପ୍‌ ମାଧ୍ୟମରେ ଅନଲାଇନରେ ( Force Majeure Vis-a-Vis Covid 19) ବିଷୟକୁ ନେଇ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ମୁଖ୍ୟବକ୍ତା ଭାବରେ ଜାଭିୟର ଇନ୍‌ଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ, ଜାମେସେଦ୍‌ପୁରର, ଆଇନ୍‌ ବିଭାଗର ବରିଷ୍ଠ ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ି, ବିଶେଷ ବକ୍ତା ଭାବରେ ଯୋଗ ଦେଇଥିଲେ। ସ୍ନାତକୋତ୍ତର ଆଇନ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ, ଅଭିସ୍ପା ମହାନ୍ତି, ତନ୍ମୟ ପଟ୍ଟନାୟକ ମଧ୍ୟ କର୍ମଶାଳାରେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ।

କର୍ମଶାଳା ଆରମ୍ଭରେ ଡ. ଝରାଶ୍ରୀ ପାଇକରାଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ପରେ ପରେ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ କର୍ମଶାଳା ବିଷୟରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ କର୍ମଶାଳାର ଏକମାତ୍ର ଓ ବିଶେଷ ଅତିଥି ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ିଙ୍କ ବିଷୟରେ ପରିଚୟ ପ୍ରଦାନ କରିଥିଲେ। ପରେପରେ ପ୍ରଫେସର ପାଢ଼ି ନିଜର ସ୍ବତନ୍ତ୍ର ଢ଼ଙ୍ଗରେ ପି.ପି.ଟି ମାଧ୍ୟମରେ ଖୁବ୍‌ ଆକର୍ଷଣର ସହିତ କର୍ମଶାଳାରେ ଆଇନ୍‌ ଛାତ୍ରଛାତ୍ରୀ, ଆଇନ୍‌ ଶିକ୍ଷକ, ଗବେଷକ, ସମାଜସେବୀ ଓ ବିଭିନ୍ନ ବିଭାଗରୁ କର୍ମଶାଳାରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଦୀର୍ଘ ଏକ ଘଣ୍ଟା ଧରି ବାନ୍ଧି ରଖିଥିଲେ। ସେ ଅନେକ ସୁନ୍ଦର ଓ ଚିତାକର୍ଷକ ଉଦାହରଣ ମାଧ୍ୟମରେ କଣ୍ଟ୍ରାକ୍‌ ଆଇନ, ଫୋର୍ସ ମେଜର, କୋଭିଡ-୧୯ ପ୍ରଭାବ, ସମ୍ପର୍କ ଓ ଏହାର ଆଇନ୍‌ ଗତ ଦିଗ ଉପରେ ଆଲୋଚନା କରିଥିଲେ।

ଶେଷରେ ପ୍ରଶ୍ନପତ୍ର ଆଲୋଚନା ଓ ଅନୁଷ୍ଠାର ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଉତ୍କଳ ବିଶ୍ବବିଦ୍ୟାଳୟ ବ୍ୟତିତ ଓଡ଼ିଶାର ଅନ୍ୟ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ , ଗବେଷକ, ବିଷେଶ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମର ପରିଚାଳନା ଓ ତଦାରଖ କରିଥିଲେ।

Leave A Reply

Your email address will not be published.