Odisha Link
Bridging the Missing Links in Odisha

ବକ୍ସିଂ ଡେ ବିଜୟ ସହ ବର୍ଷ ଶେଷ କଲା ବିରାଟ ବାହିନୀ

ସେଞ୍ଚୁରିଆନ୍‌: ଦମଦାର ବିଜୟ ସହ ୨୦୨୧ ବର୍ଷକୁ ବିଦାୟ ଦେଇଛି ଟିମ୍‌ ଇଣ୍ଡିଆ। ପୁଣିଥରେ ବିଦେଶ ମାଟିରେ କମାଲ କଲା ଟିମ୍‌ ଇଣ୍ଡିଆ। ବକ୍ସିଂ ଡେ’ ଟେଷ୍ଟରେ ସାଉଥଆଫ୍ରିକାକୁ ୧୩୩ ରନରେ ମାତ୍‌ ଦେଇ ବିଜୟ ହାସଲ କରିଛି ବିରାଟ ବାହିନୀ। ଏହି ବିଜୟ ସହ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି କେଏଲ ରାହୁଲ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

୪ର୍ଥ ଦିବସର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ଓ୍ବିକେଟ୍‌ ହରାଇ ମୋଟ ୯୪ ରନ୍‌ କରିଥିଲା। ଅର୍ଥାତ୍‌ ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଆଉ ୬ ଓ୍ବିକେଟର ଆବଶ୍ୟକତା ରହିଥିଲା। ପଞ୍ଚମ ଦିନ ଖେଳ ଆରମ୍ଭରୁ ଡିନ୍‌ ଏଲଗାର ଓ ତେମ୍ବୋ ବାଭୁମା ଭଲ ଆରମ୍ଭ କରିବା ସହ ଧର୍ଯ୍ୟର ସହ ପ୍ରଦର୍ଶନ କରିଥିଲେ। ଦୁଇ ଖେଳାଳିଙ୍କ ମଧ୍ୟରେ ୩୬ ରନର ପାର୍ଟନରଶିପ୍‌ ମଧ୍ୟ ହୋାଇଥିଲା। ହେଲେ ଟିମ୍‌ ଇଣ୍ଡିଆର ଷ୍ଟାର ପେସର ଯଶପ୍ରୀତି ବୁମରାହ ଟିମ୍‌ ଇଣ୍ଡିଆକୁଆଉ ଏକ ସଫଳତା ଦେଇଥିଲେ।

ଜବରଦସ୍ତ ବ୍ୟାଟିଂ କରୁଥିବା ଏଲଗାରଙ୍କୁ ବୁମ୍ରା ଏଲବିଡବ୍ଲ୍ୟୁ କରିଥିଲେ ବୁମରାହ। ଏଲଗାର ୧୫୬ ବଲର ସାମ୍ନା କରି ୧୨ ଚୌକା ସହ ୭୭ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୱିଣ୍ଟନ ଡି’କକ୍ ଦ୍ରୁତ ରନ୍ କରିଥିଲେ। ତେବେ ଡି’କକ ବ୍ୟକ୍ତିଗତ ୨୧ ରନ୍ କରିଥିବା ବେଳେ ତାଙ୍କୁ ସିରାଜ କ୍ଲିନ୍ ବୋଲ୍ଡ କରିଥିଲେ।

ଡି’କକଙ୍କ ୱିକେଟ୍ ପରେ ଗୋଟିଏ ପଟେ ବାଭୁମା କ୍ରିଜରେ ତିଷ୍ଠି ରହିଥିବା ବେଳେ ଅନ୍ୟପଟେ ୱିକେଟ୍ ପତନ ଜାରି ରହିଥିଲା। ଏହିପରି ଭାବେ ଦକ୍ଷିଣ ଆଫ୍ରିକା ଇନିଂସ୍ ୧୯୧ ରନରେ ସୀମିତ ରହିଯାଇଥିଲା। ମାର୍କୋ ଜାନସେନ୍ (୧୩) ଓ ୱିଆନ୍ ମୁଲ୍ଡର (୧)ଙ୍କୁ ଶାମି ନିଜର ଶିକାର ବନାଇଥିଲେ। ତେବେ ଦକ୍ଷିଣ ଆଫ୍ରିକାର ଶେଷ ଦୁଇଟି ୱିକେଟ୍ ଅଶ୍ୱିନ୍ ନେଇଥିଲେ। ଅଶ୍ୱିନ୍ କ୍ରମାଗତ ଦୁଇଟି ବଲରେ ୱିକେଟ୍ ନେଇ ପରବର୍ତ୍ତୀ ମ୍ୟାଚରେ ହ୍ୟାଟ୍ରିକ୍ ସୁଯୋଗ ସୃଷ୍ଟି କରିଛନ୍ତି। କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲି ପାରିନଥିଲେ।

Leave A Reply

Your email address will not be published.