Odisha Link
Bridging the Missing Links in Odisha

ବିଦେଶ ନଯାଇ ବି ଓମିକ୍ରନ୍‌ ଆକ୍ରାନ୍ତ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ଓମିକ୍ରନ୍‌। ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍‌ ସଂକ୍ରମଣ। ଏହାରି ମଧ୍ୟ୍ୟରେ ରାଜ୍ୟରେ ଆଜି ଆଉ ୫ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଁଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ ରୁ ୪୪ ବର୍ଷ ମଧ୍ୟରେ ହେବ । କତାରରୁ ଜଣେ, ୟୁଏଇରୁ ୨ ଜଣ, କଙ୍ଗୋରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।

ଏହି ୪ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ, ଆଉ ଜଣେ ଆକ୍ରାନ୍ତଙ୍କ ଅନ୍ତରାଷ୍ଟ୍ରୀୟ ଟ୍ରାଭେଲ ହିଷ୍ଟ୍ରି ନଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ରାୟପୁର ଓ ହାଇଦ୍ରାବାଦ ଯାଇଥିବା ସୂଚନା ରହିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଥିବା ବେଳେ କିଛି ବ୍ୟକ୍ତି ପଜିଟିଭ ହୋଇଛନ୍ତି । ସମସ୍ତ ଚି଼ହ୍ନଟଙ୍କ ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯିବା ସହ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଏହି ୫ ଜଣଙ୍କୁ ମିଶାଇ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.