Odisha Link
Bridging the Missing Links in Odisha

ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ଡିକକ୍‌

ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟରେ ଟିମ୍‌ ଇଣ୍ଡିଆ ନିକଟରୁ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକାର ଦଳର ଷ୍ଟାର ଖେଳାଳି ନେଲେ ବଡ଼ ନିଷ୍ପତ୍ତି। ଦକ୍ଷିଣଆଫ୍ରିକା ଦଳର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ କ୍ବିଣ୍ଟନ୍‌ ଡିକକ୍‌ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି। ବକ୍ସିଂ ଡେ ଟେଷ୍ଟ ସରିବାର କିଛି ସମୟ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ନିଷ୍ପତ୍ତି ନେଇଛନ୍ତତି କ୍ବିଣ୍ଟନ୍‌ ଡିକକ୍‌।

ପରିବାର ସହ ଅଧିକ ସମୟ ବିତେଇଇବା ପାଇଁ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଥିବାର ଡିକକ୍‌ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ତରବର ଭାବେ ଘୋଷଣା କରିନାହିଁ। ମୋ ପରିବାରକୁ ବହୁତ ଭଲ ପାଏ। ପରିବାର ଲୋକଙ୍କ ସହ ସମୟ ବିତେଇବାକୁ ଚାହେଁ ବୋଲି ଡିିକକ୍‌ କହିଛନ୍ତି। ସେ ପୂର୍ବପରି ଦିନିକିଆ ଓ ଟ୍ବି-୨୦ ଖେଳ ଜାରି ରଖିବେ।

କ୍ବିଣ୍ଟନ୍‌ ଡିକକ୍‌ ୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ୫୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୯.୦୯ ଆଭେରେଜରେ ୩୨୪୫ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟରେ ୬ଟି ଶତକ ଓ ୨୨ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଡିକକ୍‌ଙ୍କ ନାମରେ ରହିଛି। ସେହିପରି ସେ ଓ୍ବିକେଟ ପଛରେ ମଧ୍ୟ କମାଲ କରିଛନ୍ତି। ସେ ୨୧୪ଟି କ୍ୟାଚ୍‌ ଧରିଥିବା ବେଳେ ୧୧ଟି ଷ୍ଟମ୍ପିଂ ଟେଷ୍ଟ କ୍ରିକେଟରେ କରିଛନ୍ତି ।

Leave A Reply

Your email address will not be published.