Odisha Link
Bridging the Missing Links in Odisha

ଆଜି ବର୍ଷର ଶେଷ କ୍ୟାବିନେଟ

ଭୁବନେଶ୍ବର: ଆଜି ଅନୁଷ୍ଠିତ ହେବ ୨୦୨୧ ବର୍ଷର ଶେଷ କ୍ୟାବିିନେଟ୍‌ ବୈଠକ। ଆଜି ଦିନ ସାଢ଼େ ୧୨ ଟା ସମୟରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମୋଡରେ ବୈଠକରେ ଯୋଗଦେବେ।

ବୈଠକରେ ପଞ୍ଚାୟତିରାଜ ବିଭାଗର ୩ଟି ଅଧ୍ୟାଦେଶକୁ ଅନୁମୋଦନ ସହ ଅନୁଦାନପ୍ରାପ୍ତ କଲେଜ ଓ ସ୍କୁଲ ଶିକ୍ଷକମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି।

ତେବେ ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆଜି କ୍ୟାବିନେଟ ବୈଠକ ପାଇଁ ପୂର୍ବରୁ ନୋଟିସ୍ ଦିଆଯାଇଛି। କିନ୍ତୁ ଗତକାଲି ଅଚାନକ ପୂର୍ବତନ ବାଚସ୍ପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବାରୁ କ୍ୟାବିନେଟ ବୈଠକ ବସିବ କିମ୍ବା ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରୁଛି।

Leave A Reply

Your email address will not be published.