Odisha Link
Bridging the Missing Links in Odisha

ଉତ୍କଳ ବିଶ୍ୱବିଦ୍ୟାଳୟ: ସ୍ନାତକୋତ୍ତର ଆଇନ ବିଭାଗରେ ପୁରାତନ ଛାତ୍ର ସମାବେଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ତରଫରୁ ଅନୁଷ୍ଠାନର ସଭାଗୃହରେ ଆଜି ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋଆ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ପ୍ରଫେସର ଡ. ପ୍ରବୀର କୁମାର ପଟ୍ଟନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଇନ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ଯୋଗେନ୍ଦ୍ର କୁମାର ପାଟ୍ଟଯୋଶୀ, ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ ସ୍ୱାଗତ ଭାଷଣ ଦେବା ସହ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ବିକାଶରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ତାଙ୍କର ଦୀର୍ଘ ଅଭିଭାଷଣ ପୁରାତନ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲା। ପରେ ପରେ ନିମନ୍ତ୍ରିତ ଅତିଥି ଡ. ପାଟ୍ଟଯୋଶୀ ଆଇନ ଶିକ୍ଷା ଓ ଏହାର ବିକାଶ ଉପରେ ବକ୍ତବ୍ଯ ରଖିଥିଲେ। ଅନ୍ୟତମ ଅତିଥି ପ୍ରଫେସର ପଟ୍ଟନାୟକ ପୁରାତନ ଛାତ୍ରଛାତ୍ରୀମାନେ ଏକତା ବଜାୟ ରଖିବା ସହ ମିଳିତ ଭାବେ ଏକ ପଞ୍ଜିକୃତ ସଂଗଠନ ଗଢ଼ିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଆଇନ ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ଏବିଭାଗ କିଭଳି ଶିକ୍ଷାକ୍ଷେତ୍ରରେ ବିକାଶ ଲାଭ କରିପାରିବ ସେ ନେଇ ମତ ରଖିଥିଲେ। କାର୍ଯ୍ୟକ୍ରମରେ ବିଭାଗର ସଫଳତା ସମ୍ବଳିତ ଏକ ଖବରପତ୍ର ଉନ୍ମୋଚିତ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ପରିସରରେ ବୃକ୍ଷ ରୋପଣ କରିଥିଲେ।

ପରିଶେଷରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଡମଣାଛକରେ ଅବହେଳିତ ତୃତୀୟଲିଙ୍ଗୀଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ, ଡ. ଗିରୀଶ ରଂଜନ ସାହୁ, ସିଦ୍ଧବ୍ରତ ଦାସ, ସନ୍ତୋଷ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଅନୁଷ୍ଠାନର ଛାତ୍ରୀ ଶ୍ରଦ୍ଧା ସେଠ୍, ରୋହିତ ଶର୍ମା, ବୈଷ୍ଣବୀ ସାହୁ, ଐଶ୍ବର୍ଯ୍ଯା ମହାପାତ୍ର, ପ୍ରଜ୍ଞା ପ୍ରବର୍ତ୍ତିକା, ସ୍ପନ୍ଦନ ଦାସ ପ୍ରମୁଖ ପରିଚାଳନା କରିବା ସହ ବୈଷୟିକ ସହଯୋଗ କରିଥିଲେ।

Leave A Reply

Your email address will not be published.