Odisha Link
Bridging the Missing Links in Odisha

ଆଜି ଝାରସୁଗୁଡ଼ାରେ କିଶୋର କୁମାର ମହାନ୍ତିଙ୍କ ଅନ୍ତିମ ସଂସ୍କାର

ଝାରସୁଗୁଡ଼ା: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ବିଧାୟକ କିଶୋର କୁମାର ମହାନ୍ତି୍ଙ୍କ ଅନ୍ତିମ ସଂସ୍କାର ଆଜି ଅରାହ୍ନରେ ଅନୁଷ୍ଠିତ ହେବ। ଝାରସୁଗୁଡ଼ାର ଝାଡ଼େଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି।

ଗତକାଲି ରାତିରେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ, ପୁଅ ଓ ଝିଅ ଗୁରୁବାର ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ସେମାନଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ସୁଶାନ୍ତ ସିଂହ, ସାଂସଦ ସୁରେଶ ପୂଜାରୀ ଓ ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ପ୍ରମୁଖ ବି ଆସିଥିଲେ। ଆଜି ତାଙ୍କ ପାର୍ଥିବ ଶରୀରକୁ ବ୍ରଜରାଜନଗର ନିଆଯିବ। ତାପରେ ଝାରସୁଗୁଡ଼ା ବିଜେଡି କାର୍ଯ୍ୟାଳୟକୁ ଅଣାଯିବ ବୋଲି ସୂଚନା ରହିଛି। ସେଠାରେ ସାଧାରଣ ଜନତାଙ୍କ ଶେଷ ଦର୍ଶନ ଲାଗି କିଛି ସମୟ ରଖାଯିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟାରେ ହୃଦଘାତରେ ପରଲୋକ ହୋଇଥିଲା। ତାଙ୍କୁ ୬୩ ବର୍ଷ ହୋଇଥିଲା। ସକାଳେ କିଶୋର କୁମାର ମହାନ୍ତି ତାଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଝାରସୁଗୁଡ଼ା ଫେରିଥିଲେ। ଝାରସୁଗୁଡ଼ାଠାରେ ଅପରାହ୍ଣରେ ପହଞ୍ଚିବା ପରେ ସନ୍ଧ୍ୟାରେ ଜଣେ ବିଜେଡି କର୍ମୀଙ୍କ ଶୋକସଭାରେ ଯୋଗଦାନ କରିଥିଲେ। ସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରି ବେହୋସ ହୋଇଯାଇଥିଲେ। ବିଜେଡି କର୍ମୀମାନେ ପ୍ରଥମେ ତାଙ୍କ ଘରକୁ ନେଇଥିଲେ। ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ନିକଟରେ ଥିବା ଜୈନ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଥିଲା।

Leave A Reply

Your email address will not be published.