Odisha Link
Bridging the Missing Links in Odisha

ଭାରତରେ ଓମିକ୍ରନ୍‌ ନେଲା ପ୍ରଥମ ମୁଣ୍ଡ

ନୂଆାଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌। ଏଥିସହିତ ଭାରତରେ ମଧ୍ୟ ଓମିକ୍ରନ୍‌ ଆତଙ୍କ ଦେଖିବାକୁ ମିଳିଛି। ଓମିକ୍ରନକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ଆସିଛି ବଡ଼ ଖବର। ଭାରରତରେ ଓମିକ୍ରନ୍ରେ ପ୍ରଥମ ମୃତ୍ୟୁ ଘଟିଥିବା ଖବର ଏବେ ସାମ୍ନାକୁ ଆସିଛି।

ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚୱାଡରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। କରୋନା ଭାଇରସ୍ ଓମିକ୍ରନ ଭାରିଏଣ୍ଟରେ ଆକ୍ରାନ୍ତ ଥିବା ବ୍ୟକ୍ତି ଜଣକ ୟଶବନ୍ତରାଓ ଚଭନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା। ଡାକ୍ତରଙ୍କ ବହୁ ପ୍ରୟାସ ସତ୍ତ୍ୱେ ସେ ବଞ୍ଚିପାରିନଥିଲେ।

ମୃତ ବକ୍ତି ଜଣକ ନାଇଜେରିଆରୁ ଫେରିଥିଲେ। ସଂକ୍ରମିତ ହେବା ପରେ ଡିସେମ୍ବର ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ଦେଶରେ ଓମିକ୍ରନ ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପାଖରେ କୋଭିଡର କୌଣସି ଲକ୍ଷଣ ନଥିଲା। ହେଲେ ଗୁରୁବାର ତାଙ୍କର ଏନଆଇଭି ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ସେ ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ଥିଲେ। ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Leave A Reply

Your email address will not be published.