Odisha Link
Bridging the Missing Links in Odisha

ଏନ୍‌ସିବିରୁ ବିଦା ହେଲେ IRS ଅଫିସର ସମୀର ଓ୍ବାଙ୍ଖଡେ

ମୁମ୍ବାଇ: ସାରା ଦେଶରେ ଥିବା ଚର୍ଚ୍ଚାରେ ଥିବା ଏନ୍‌ସିବି ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଜୋରଦାର ଝଟକା। ବହୁ ବାଦ ବିବାଦ ପରେ ଏନ୍‌ସିବିରୁ ବିଦା ହେଲେ ସମୀର ଓ୍ବାଙ୍ଖଡେ। ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ୱାଙ୍ଖଡେଙ୍କୁ ଆଉ ଏକ୍ସଟେନ୍‌ସନ୍‌ ମିଳିନି। ତାଙ୍କ ୪ ମାସର ଏକ୍ସଟେନ୍‌ସନ୍‌ ୨୦୨୧ ଡିସେମ୍ବର ୩୧ରେ ଶେଷ ହୋଇଯାଇଛି।

ନିକଟରେ ସମୀର ଓ୍ବାଙ୍ଖଡେ ମୁମ୍ବାଇରେ ଡ୍ରଗ୍ସ ମାମଲାର ଯାଞ୍ଚ କରି ଚର୍ଚ୍ଚାକୁ ଆସିଥିଲେ। ବିଶେଷ କରି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରି ସେ ପାଲଟିଥିଲେ ଖବରର ପ୍ରମୁଖ ହେଡ୍‌ଲାଇନ୍‌।

ସମୀର ଓ୍ବାଙ୍ଖଡେ କିଏ?

ମହାରାଷ୍ଟ୍ର ବାସିନ୍ଦା ସମୀର ୱାଙ୍ଖଡେ ୨୦୦୮ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ। ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଡେପୁଟି କଷ୍ଟମ କମିଶ୍ନର ରୂପେ ହୋଇଥିଲା। ତାଙ୍କ ଦକ୍ଷତା ଯୋଗୁଁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଓ ପରେ ଦିଲ୍ଲୀ ପଠାଯାଇଥିଲା। ଦିଲ୍ଲୀ ପରେ ପୁଣି ଥରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ଏଠାରେ ତାଙ୍କୁ ଏନସିବିର ଜୋନାଲ ନିର୍ଦ୍ଦେଶକ କରାଯାଇଥିଲା। ତାଙ୍କୁ ନିଶା ଏବଂ ଡ୍ରଗ୍ସ ସହ ଜିଡତ ମାମଲାରେ ବିଶେଷଜ୍ଞ ବୋଲି ମଧ୍ୟ କୁହାଯାଏ।

ସୂଚନାଥାଉକି, ସମୀର ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ମାତ୍ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ତଦନ୍ତ ଆରମ୍ଭ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ସମୀର ୱାଙ୍ଖଡେଙ୍କ ନେତୃତ୍ୱରେ ପ୍ରାୟ ୧୭ ହଜାର କୋଟି ଟଙ୍କାର ଡ୍ରଗ୍ସ ଏବଂ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ ହୋଇଥିଲା।

Leave A Reply

Your email address will not be published.