Odisha Link
Bridging the Missing Links in Odisha

ମନ୍ତ୍ରୀଙ୍କ ପୁଅ ଚାଷୀଙ୍କୁ ହତ୍ୟା କରିଛନ୍ତି: ଏସ୍‌ଆଇଟି

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାର ଚାର୍ଜସିଟ୍‌ କୋର୍ଟରେ ଦାଖଲ କଲା ଉତ୍ତରପ୍ରଦେଶ ପୁଲିସର ଏସଆଇଟି ଟିମ୍। ଏକ କି ଦୁଇ ନୁହେଁ ପୁରା ୫ ହଜାର ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି ଏସ୍‌ଆଇଟି। ଏହି ମାମଲାରେ ପୁୁଲିସ୍‌ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ସେ ହିଁ ହତ୍ୟକାରୀ ବୋାଲି ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ।

ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ, ହିଂସାକାଣ୍ଡ ଘଟିବା ବେଳେ ଘଟଣାସ୍ଥଳରେ ଆଶିଷ ମିଶ୍ରା ଉପସ୍ଥିତ ଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଚାର୍ଜସିଟ୍‌ରେ ଆଶିଷ ମିଶ୍ରାଙ୍କର ଜଣେ ଆତ୍ମୀୟଙ୍କ ନାମ ମଧ୍ୟ ରହିଛି। ପୁଲିସ କହିବା ଅନୁଯାୟୀ, ଧୀରେନ୍ଦ୍ର ଶୁକ୍ଳା ସବୁ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଥିଲା । ଆଶିଷ ମିଶ୍ରାଙ୍କ ଗାଡି ଫଛରେ ଧୀରେନ୍ଦ୍ରଙ୍କ ସ୍କର୍ପିଓ ଥିଲା। ଧୀରେନ୍ଦ୍ର ସେ କଥା ଗୋପନ ରଖିଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଲଖିମ୍‌ପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ କୃଷକ ଓ ବିଜେପି କର୍ମୀ ଥିଲେ। ଏଥିରୁ ୪ ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କ ହୋଇଥିବା ହତ୍ୟାର ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ବୋଲି ଏସ୍‌ଆଇଟି କହିଛି।

ଆଶିଷ ମିଶ୍ରା କଥିତ ରୂପେ ଏହି ଚାରି ଜଣ କୃଷକ ଓ ଜଣେ ସାମ୍ବାଦିକଙ୍କ ଉପରେ ଗାଡି ଚଢ଼ାଇ ହତ୍ୟା କରିଥିଲେ। ଏହାପରେ ସେଠାରେ ହିଂସା ଉଗ୍ର ରୂପ ନେଇଥିଲା। ପରେ ବଜେପି କର୍ମୀଙ୍କ ସମେତ ଅନ୍ୟ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।