Odisha Link
Bridging the Missing Links in Odisha

ରାଜଧାନୀକୁ ଫେରିଲା ସପ୍ତାହନ୍ତ କଟକଣା

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। କିଛିଦିନର ଅନ୍ତର ପରେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯେଉଁଥିପାଇଁ ରାଜଧାନୀ ଦିଲ୍ଲୀରେ ଫେରିଛି ସପ୍ତାହନ୍ତ କଟକଣା। ରାଜଧାନୀ ଦିଲ୍ଲୀରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବୃଦ୍ଧିପାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ଆଜି ଦିଲ୍ଲୀ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍।

ସଦ୍ୟପ୍ରକାଶିତ ଗାଇଡଲାଇନ୍‌ ଅନୁଯାୟୀ, ଦିଲ୍ଲୀରେ ଏଣିକି ଶୁକ୍ରବାର ରାତି ୧୦ଟାରୁ ସଟ୍‌ଡାଉନ୍‌ କଟକଣା ଲାଗୁ ହେବ। ଯାହା ସୋମବାର ଭୋର ୫ଟା ଯାଏଁ ବଳବତ୍ତର ରହିବ। ସଟ୍‌ଡାଉନ୍‌ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଦେଲେ ଆଉ ସବୁ ବନ୍ଦ ରହିବ। ଏହାବାଦ ଗାଇଡଲାଇନରେ ସମସ୍ତ ସରକାର ଅଫିସର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। କେବଳ ଜରୁରୀ ସେବା ପାଇଁ ଉପଲବ୍ଧ ଥିବା ସରକାରୀ ଅଫିସର କର୍ମଚାରୀମାନେ ଅଫିସ ଆସିପାରିବେ।

ସେହିପରି ଘରୋଇ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ବାକି ୫୦% କର୍ମଚାରୀ ଘରେ ରହି କାମ କରିବେ। ପୂର୍ବରୁ ଦିଲ୍ଲୀ ସରକାର ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲାଗୁ କରିଥିଲେ। ଏବେ ଦିଲ୍ଲୀରେ ସମସ୍ତ ପ୍ରକାରର ଭିଡ଼ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି। ଏହା ସତ୍ତ୍ୱେ ସଂକ୍ରମଣର ଗ୍ରାଫ ଉପର ମୁହାଁ ହେଉଥିବାରୁ ସରକାର କର୍ଫ୍ୟୁ ଲଗାଇବାକୁ ବାଧ୍ୟ ହୋଇଛନ୍ତି।

Leave A Reply

Your email address will not be published.