Odisha Link
Bridging the Missing Links in Odisha

ବ୍ରହ୍ମପୁର ବିବାହ ବିବାଦ: ସୁମିତଙ୍କ ଘରେ ରହିବେ ତପସ୍ବିନୀ

ବ୍ରହ୍ମପୁର: ବ୍ରହ୍ମୁପର ବିବାହ ବିବାଦରେ ପଡ଼ିଲା ଯବନିକା। ବହୁ ଚର୍ଚ୍ଚା, ବାଦ ବିବାଦ ସହ ୪୪ ଦିନ ଧରି ଚାଲିଥିବା ଆଇନ୍‌ଗତ ଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଦୀର୍ଘଦିନ ପରେ ସଫଳ ହୋଇଛି ତପସ୍ବିନୀଙ୍କ ତପସ୍ୟା। ସ୍ବାମୀ ଡାକ୍ତର ସୁମିତ୍‌ ସାହୁ ଅର୍ଥାତ୍‌ ଶାଶୁ ଘରେ ରହିବେ ତପସ୍ବିନୀ। ଏନେଇ ଆଜି ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଜଜ୍‌ କୋର୍ଟ।

କୋର୍ଟଙ୍କ ରାୟ ପରେ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ, ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ। ଚଳିବା ପାଇଁ ତାଙ୍କୁ ସୁମିତ ମାସିକ ୧୭୦୦୦ ଟଙ୍କା ପ୍ରଦାନ। ତପସ୍ୱିନୀ ସେହି ଟଙ୍କା ଗ୍ରହଣ କରିବା ପରେ ଗୋଟିଏ ରିସିଟ୍‌ ସୁମିତଙ୍କୁ ପ୍ରଦାନ କରିବେ। ସୁମିତ ତାଙ୍କୁ ମାସର ୧୦ ତାରିଖ ସୁଦ୍ଧା ପ୍ରଦାନ କରିବେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ। କୋର୍ଟଙ୍କ ରାୟର କପି ବ୍ରହ୍ମପୁର ଏସ୍‌ପି, ସବ୍‌ କଲେକ୍ଟର, ପ୍ରୋଟେକସନ୍‌ ଅଫିସରଙ୍କ ପାଖକୁ ପଠାଇ ଦିଆଯାଇଛି। ସେମାନେ ତପସ୍ୱିନୀଙ୍କ ରହିବା ବ୍ୟବସ୍ଥା କରିବେ ବୋଲି ଆଇନ୍‌ଜୀବୀ ଶ୍ରୀ ପଟ୍ଟନାୟକ କହିଛନ୍ତି। କୋର୍ଟଙ୍କ ରାୟ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.