Odisha Link
Bridging the Missing Links in Odisha

ଦିଅରଙ୍କ ଲୁକରେ ଭାଉଜ ଫିଦା

ନୂଆଦିଲ୍ଳୀ: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡର ଷ୍ଟାର ଭିକ୍କି କୌଶଲ ଓ ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ୍। ହେଲେ ବିବାହର କିଛିଦିନ ପରେ ଦିଅରଙ୍କ ଲୁକ୍‌ରେ ଫିଦା ଭାଉଜ କ୍ୟାଟ୍ରିନା। ଭିକି ଓ କ୍ୟାଟ୍ରିନା ହନିମୁନରୁ ଫେରିବା ପରେ ଭାଇ ଭାଉଜଙ୍କୁ ସ୍ବାଗତ କରିବା ପାଇଁ ଅନେକ ବ୍ୟବସ୍ଥା କରିଥିଲେ ଦିଅର ସନ୍ନି କୌଶଲ। ଯାହା ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ହେଲେ ଏବେ ନିକଟରେ କ୍ୟାଟ୍ରିନାଙ୍କ ଦିଅର ସନ୍ନି କୌଶଲ ତାଙ୍କ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ କ୍ୟାଟ୍ରିନା କୈଫ୍‌ କମେଣ୍ଟ ଦେଇଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହୋଇଥିବା ଏହି ଫଟୋ ଦେଖିବା ପରେ ଦିଅର-ଭାଉଜଙ୍କ ମଧ୍ୟରେ ସଂପର୍କଙ୍କୁ ନେଇ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ସନ୍ନିଙ୍କ ଫଟୋରେ କ୍ୟାଟ୍ରିନା କମେଣ୍ଟ ଦେଇ କହିଛନ୍ତି ଯେ, ଭାଇବ ହୈ ଭାଇବ ହୈ।

Leave A Reply

Your email address will not be published.