Odisha Link
Bridging the Missing Links in Odisha

ଭୁବନେଶ୍ବର ମାର୍କେଟ୍‌ ବିଲ୍ଡିଂ ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରେ ଥିବା ମାର୍କେଟ୍‌ ବିଲ୍ଡିଂ ବନ୍ଦ। କରୋନା ସଂକ୍ରମଣକୁ ନଜରରେ ରଖି ବନ୍ଦ ହୋଇଛି ମାର୍କେଟ। ବରଂ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ବନ୍ଦ ହୋଇଛି। ଜଣେ ଉଠାଦୋକାନୀ ମାର୍କେଟ୍ ବିଲଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଚମକ ଦେଇଥିଲେ। ଏହାକୁ ନେଇ ମାର୍କେଟ୍ ବିଲଡିଂ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପ୍ରତିବାଦରେ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନ ପକ୍ଷରୁ ମାର୍କେଟ୍ ବିଲଡିଂରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ଏପରିକି ମାର୍କେଟ ବିଲଡିଂରୁ ଉଠା ଦୋକାନୀ ନଉଠିବା ପର୍ଯ୍ୟନ୍ତ ମାର୍କେଟ୍‌ ବିଲ୍ଡିଂ ବନ୍ଦ ରହିବ ବୋଲି ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଏହାକୁ ନଜରରେ ରଖି ବୁଧବାର ବିଏମସିରେ ଏକ ବୈଠକ ହେବ। ବୈଠକରେ ଉଠାଦୋକାନୀଙ୍କ ଉଠାଯିବ ନା ନାହିଁ ସେନେଇ ଆଲୋଚନା ହେବ। ଐନେଇ ସୂଚନା ଦେଇଛନ୍ତି ବିଏମସି ସାଉଥ ଜୋନ୍ ଜେଡିସି।

Leave A Reply

Your email address will not be published.