Odisha Link
Bridging the Missing Links in Odisha

ବ୍ରହ୍ମପୁର ବିବାହ ବିବାଦ: ହାଇକୋର୍ଟ ଯିବେ ସୁମିତ୍

ବ୍ରହ୍ମପୁର: ବ୍ରହ୍ମପୁର ବିବାହ ବିବାଦ ମାମଲାରେ ନୂଆ ଟ୍ବିଷ୍ଟ। କିଛି ସମୟ ପୂର୍ବରୁ ବିବାହ ବିବାଦରେ ଯବନିକା ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ କଥା ଏଥର ଏବେ ହାଇକୋର୍ଟ ଯିବ। ଅର୍ଥାତ୍‌ ଜିଲ୍ଲା ଜଜ୍‌ଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ୍। ଏନେଇ ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା।

ଆଜି ଗଞ୍ଜାମ ଜିଲ୍ଲା କୋର୍ଟ ସୁମିତ-ତପସ୍ବିନୀ ବିବାହ ବିବାଦ ମାମଲାର ଶୁଣାଣି କରି କହିଥିଲେ ଯେ, ଡାକ୍ତର ସୁମିତଙ୍କ ଘରେ ତପସ୍ବିନୀ ରହିବେ। ଏଥିସହିତ ୧୭ ହଜାର ଟଙ୍କା ମାସିକ ଦେବାକୁ କୋର୍ଟ କହିଥିଲେ। ଏପରିକି ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ। ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ ବୋଲି ଆଜି କୋର୍ଟ ରାୟ ଦେଇଥିଲେ। ହେଲେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ଡାକ୍ତର ସୁମିତ।

ସୁୂମିତଙ୍କ ଓକିଲ କହିଛନ୍ତି ଯେ, ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ସେମାନେ ସନ୍ତୁଷ୍ଟ ନାହୁଁ।। ଜିଲ୍ଲା ଜଜ୍‌ କୋର୍ଟ ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ। ଯାହା ବିବାହ ବିବାଦ ମାମଲାକୁ ଆହୁରି ଚର୍ଚ୍ଚିତ କରିଛି।

Leave A Reply

Your email address will not be published.