Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲ: ୧୩୦ କର୍ମଚାରୀଙ୍କୁ କରୋନା

ଓଏଲ୍‌ ବ୍ୟୁରୋ: ସ୍ମାର୍ଟ ସିଟି ରାଜଧାନୀରେ କରୋନା ଆତଙ୍କ। ମେଡିକାଲ ହବ୍‌ କୁହାଯାଉଥିବା କ୍ୟାପିଟାଲ୍‌ ହସ୍ପିଟାଲରେ କରୋନା ବିସ୍ଫୋରଣ। ରାଜଧାନୀ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲର ୪୦ ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ। ଯାହାଫଳରେ ଓପିଡିର ସମୟକୁ ହ୍ରାସ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇ କହିଛନ୍ତି, ହସ୍ପିଟାଲର ପ୍ରାୟ ୧୩୦ଜଣ କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ୪୦ଜଣ ଡାକ୍ତରଙ୍କ ସମେତ ୩୦ଜଣ ନର୍ସ, ୪୦ଜଣ ଟେକନିସିଆନ୍ ଓ ୧୦ରୁ ୧୫ଜଣ ଫାର୍ମାସିଷ୍ଟ ସଂକ୍ରମିତ ହୋଇଛନ୍ତି। ଏତେ ସଂଖ୍ୟକ କର୍ମଚାରୀ ସଂକ୍ରମିତ ହେବା ପରେ ଓପିଡିର ସମୟସୀମାକୁ ହ୍ରାସ କରାଯାଇଛି। ଏହା କେବଳ ସକାଳ ୮ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସେ କହିଛନ୍ତି।

ସୂଚନାଥାଉକି, ଗତ ସପ୍ତାହରେ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ପ୍ରାୟ ୨୫୦ ଜଣ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଓପିଡି ସେବାକୁ ବନ୍ଦ କରି ଦିଆଯାଇଥିଲା।

Leave A Reply

Your email address will not be published.