Odisha Link
Bridging the Missing Links in Odisha

କେଜ୍ରିଓ୍ବାଲ ଠକ: ସିଦ୍ଧୁ

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୦ରେ ହେବ ପଞ୍ଜାବ ବିଧାନସଭା ନିର୍ବାଚନ। ଏଥିପାଇଁ ବାଜି ସାରିଲାଣି ବିଗୁଲ। ଆଉ ଏବେ ଚର୍ଚ୍ଚାରେ ବିଭିନ୍ନ ରାଜନେତାଙ୍କ ରାଜନୈତିକ ବୟାନ ବାଜି। ପଞ୍ଜାବ ରାଜନୀତି ସରଗରମ ଥିବାବେଳେ ଏକ ରୋଚକ ବୟାନ ଦେଇଛନ୍ତି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ। ସେ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ଦେଇଛନ୍ତି ବଡ଼ ବୟାନ।

ସିଦ୍ଧୁ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରି କେଜ୍ରଓ୍ବାଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଟେଲିଫୋନିକ୍‌ ଜନମତ ଆଧାରରେ ପଞ୍ଜାବରେ ଆପ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଭଗୱନ୍ତ ମନନଙ୍କ ନାମ ଘୋଷଣା କରାଯାଇଛି। ତେବେ ସେହି ଡାଟା ଫେକ୍‌। ଏପରିକି ଅରବିନ୍ଦ କେଜ୍ରିଓ୍ବାଲ ଜଣେ ବଡ଼ ଠକ ବୋଲି ସିଦ୍ଧୁ କହିଛନ୍ତି। ଯାହାକୁ ନେଇ ଏବେ ପଞ୍ଜାବ ରାଜନୀତି ସରଗରମ।

ସୂଚନାଯୋଗ୍ୟ, ପଞ୍ଜାବରେ ୨୧ ଲକ୍ଷରୁ ଅଧିକ ଭୋଟରଙ୍କ ମଧ୍ୟରୁ ଆପ୍‌ ୩୦ ପ୍ରତିଶତ ପାଇଥିବା କେଜ୍ରିୱାଲ ଦାବି କରିଥିଲେ । ଏଥିରୁ ଆପ୍‌ ପଞ୍ଜାବରେ ଜିତିବା ସ୍ପଷ୍ଟ ହେଉଛି ବୋଲି କେଜ୍ରିୱାଲ କହିଥିଲେ । ତେବେ ଆପ୍ ପକ୍ଷରୁ କରାଯାଇଥିବା ‘ଜନତା ଚୁନେଗି ଆପନା ସିଏମ’ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିବା ସିଦ୍ଧୁ କହିଛନ୍ତି।

Leave A Reply

Your email address will not be published.