Odisha Link
Bridging the Missing Links in Odisha

ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବେ ଓଡ଼ିଶାର ସମର ନନ୍ଦ

ଭୁବନେଶ୍ବର: ଭାରତୀୟ ରାଜସ୍ବ ସେବା ଅଧିକାରୀ ସମର ନନ୍ଦଙ୍କୁ ସମ୍ଭାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। କେନ୍ଦ୍ର ସରକାରଙ୍କ ସୀମାଶୁଳ୍କ (କଷ୍ଟମ) ବିଭାଗରେ କାର୍ଯ୍ୟରତ ମୋଟ ୨୯ ଜଣ ଅଧିକାରୀଙ୍କୁ ରାଷ୍ଟ୍ରପତି ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରିବେ ବୋଲି ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ସମର ନନ୍ଦ।

ସମରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ। ୨୦୦୪ ବ୍ୟାଚ୍ ଆଇଆରଏସ୍ ଅଧିକାରୀ ସମର ସଂପ୍ରତି ନୂଆଦିଲ୍ଲୀରେ କଷ୍ଟମ୍ ବିଭାଗରେ ଆନାଲିଟିକ୍ସ ଓ ରିସ୍କ ମ୍ୟାନେଜମେଣ୍ଟ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଗଣତନ୍ତ୍ର ଦିବସ ଅବସରରେ ବିଜ୍ଞପ୍ତି ପ୍ରକାଶ ପାଇଛି।। କିନ୍ତୁ ରାଷ୍ଟ୍ରପତି ଏ ସମ୍ମାନ ପରେ ଏକ ଦିନ ପ୍ରଦାନ କରିବେ।

Leave A Reply

Your email address will not be published.