Odisha Link
Bridging the Missing Links in Odisha

ପୌର ନିର୍ବାଚନ ମଇଦାନରେ ୭,୧୫୨ ପ୍ରାର୍ଥୀ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ପୌର ନିର୍ବାଚନ ତାତି। ଏହାରି ମଧ୍ୟରେ ଆଜି ଶେଷ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ୧୦୬ଟି ମ୍ୟୁନିସପାଲଟି ଓ ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୯୯ଟି ୱାର୍ଡରେ କର୍ପୋରେଟର/କାଉନସିଲର, ମେୟର/ଅଧ୍ୟକ୍ଷ ପାଇଁ ୭୧୫୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସହ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। କେବଳ ଆଜି ଶେଷ ଦିନରେ ୪୯୪୫ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ରହିଛି।

ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୌର ନିର୍ବାଚନରେ ମୋଟ ୧୦୬ଟି ପୌର ପରିଷଦ,ଏନଏଏସିର ଅଧ୍ୟକ୍ଷ ପଦବୀ ଓ ୩ଟି ମହାନଗରର ମେୟର ପଦବୀ ନିମନ୍ତେ ମୋଟ ୬୯୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏଥିରୁ ଆଜି ଶେଷ ଦିନରେ ୫୦୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୩ଟି ମହାନଗର ନିଗମର ୧୬୮ଟି ୱାର୍ଡ ସମେତ ମୋଟ ୧୮୯୯ଟି ୱାର୍ଡରେ ୬୪୫୯ଜଣ କର୍ପୋରେଟର/କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଶେଷଦିନରେ ୪୫୪୧ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାବେଳେ ଆସନ୍ତା ୯ ତାରିଖରେ ନାମାଙ୍କନ ଯାଂଚ ଓ ୧୪ତାରିଖ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

Leave A Reply

Your email address will not be published.